୨୦ ତାରିଖରୁ ରାୟଗଡ଼ାରେ ଖୋଲିବ ୧୧ଟି ଧାନ ମଣ୍ଡି ।

ରାୟଗଡ଼ା (ଓ.ଏନ.ଟି) : ଚଳିତ ମାସ ଆସନ୍ତା ୨୦ତାରିଖରୁ ଖୋଲିବ ଜିଲ୍ଲାରେ ୧୧ଟି ସ୍ଥାନରେ ଧାନ ମଣ୍ଡି ଏ ନେଇ ସୂଚନା ଦେବା ସହ ପ୍ରଚାର ରଥର ଶୁଭାରମ୍ଭ କରିଛି ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି। ସୁଚନା ମୁତାବକ ଖରିଫ ଧାନ କିଣିବା ପାଇଁ ଉପଜିଲ୍ଲାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ପରିସରରେ ପ୍ରଚାର ରଥର ଶୁଭ ଉଦଘାଟନ କରିଛନ୍ତି । ଏ ନେଇ ରାୟଗଡ଼ା ଉପଖଣ୍ଡର ଚାରୋଟି ବ୍ଳକ କାଶୀପୁର, କଲ୍ୟାଣ ସିଂହପୁର, କୋଲନରା, ରାୟଗଡ଼ା ପାଇଁ ଚଳିତ ମାସ ଆସନ୍ତା ୨୦ତାରିଖରୁ ଆରମ୍ଭ ହେବା ନେଇ ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ନିୟନ୍ତ୍ରିତ ବଜାର କମିଟି ନିବନ୍ଧକ ବିପିନ ସ୍ବାଇଁଙ୍କ ସହ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ଏହି ପ୍ରଚାର ରଥ ଦ୍ଵାରା ଧାନର ଗୁଣାତ୍ମକ ମନକୁ ନେଇ ଓଡିଶା ସରକାରଙ୍କ ଖାଦ୍ୟ ଓ ଖାଉଟି ଯୋଗାଣ ବିଭାଗ ତରଫରୁ ଧାନର କ୍ଵିଣ୍ଟାଲ ପିଛା ଦର ନିର୍ଣ୍ଣୟ କରିଛନ୍ତି ଯାହାକି ଚାଷୀଙ୍କୁ ସିଧାସଳଖ ମିଳିବ । ସାଧାରଣ କିସମ ଧାନର ମୂଲ୍ୟ ୨୧୮୩ ଟଙ୍କା ରଖାଯାଇଥିବା ବେଳେ ଗ୍ରେଡ ଏ କିସମ ଧାନର ମୂଲ୍ୟ ୨୨୦୩ ଟଙ୍କା ରଖାଯାଇଥିବା ସୂଚନା ମିଳିଛି । ଏହା ମଧ୍ଯ ସ୍ପଷ୍ଟ କରଯାଇଛି ଯେ ଓଦାଳିଆ ଧାନ ଓ ଗୋଡ଼ି, ବାଲି ମିଶ୍ରିତ ଧାନ ମଣ୍ଡିରେ କ୍ରୟ ହେବନାହିଁ ବୋଲି ଘୋଷଣା କରାଯାଇଛି। ଖାଦ୍ୟ ଓ ଖାଉଟି ଯୋଗାଣ ବିଭାଗ ପକ୍ଷରୁ ମଣ୍ଡିରେ ସମସ୍ତ ସୁବ୍ୟବସ୍ଥା କରାଯାଇଥିବା ଶ୍ରୀ ସ୍ବାଇଁ ପ୍ରକାଶ କରିଛନ୍ତି।
What's Your Reaction?






