କେନ୍ଦୁ ପତ୍ର ରେଞ୍ଜ ପକ୍ଷରୁ ଦକ୍ଷତା ବିକାଶ ସଚେତନ କାର୍ଯ୍ୟକ୍ରମ

Jan 18, 2026 - 20:05
Jan 18, 2026 - 20:06
 0  38
କେନ୍ଦୁ ପତ୍ର ରେଞ୍ଜ ପକ୍ଷରୁ ଦକ୍ଷତା ବିକାଶ ସଚେତନ କାର୍ଯ୍ୟକ୍ରମ

ଅମ୍ବାଦଳା( ଓ ଏନ ଟି) : ରାୟଗଡା ଜିଲ୍ଲା ବିଷମକଟକ କେନ୍ଦୁପତ୍ର ରେଞ୍ଜ ତରଫରୁ ଅମ୍ବାଦଳା ଓ ମୁନିଗୁଡା କେନ୍ଦୁପତ୍ର ସେକ୍ସନରେ ଏକ ଦକ୍ଷତା ବିକାଶ ସଚେ‌ତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କେନ୍ଦୁପତ୍ର ଡ଼ିଏଫଓ ଜୟପୁର ଡିଭିଜନଙ୍କ ତତ୍ୱାବଧାନର ଆତ୍ମ ନିର୍ଭରଶୀଳ ଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା । ଏହି ଦକ୍ଷତା ବିକାଶ ସଚେତନା କାର୍ଯ୍ୟକ୍ରମରେ ମୁନିଗୁଡା ଓ ଅମ୍ବାଦଳା ଅଞ୍ଚଳର ୧୮ ବର୍ଷରୁ ୩୫ ବର୍ଷର ଯୁବକ ଯୁବତୀ ମାନଙ୍କ ପାଇଁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଟେଲରିଂ, ମୋବାଇଲ ରିପେରିଂ,ଇଭି ମଟର ସାଇକଲ ରିପେରିଂ,ଡ୍ରାଇଭିଙ୍ଗ,ଜନସେବା କେନ୍ଦ୍ର ସ୍ଥାପନ ସଂପର୍କରେ ଯୁବକ ଯୁବତୀ ମାନଙ୍କୁ ସଚେତନ କରାଯାଇଥିଲା । 

 ଅମ୍ବାଦଳା ଅଞ୍ଚଳରେ ୧୮ଟି ଗ୍ରାମ ଓ ମୁନିଗୁଡା ଅଞ୍ଚଳର ୧୫ଟି ଗ୍ରାମରେ ‌ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ୍ ଗ୍ରାମରେ ୪୦/୫୦ ଯୁବକ ଯୁବତୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ନିଯୁକ୍ତି ଓ ଦକ୍ଷତା ବିକାଶ ଅଧିକାରୀ ସ୍ବର୍ଣଲତା ରାଉତ, ଜେକେ କାଗଜ କଳର ସ୍ପର୍ଷ ଅନୁଷ୍ଠାନ ସିମାଞ୍ଚଳ ନାୟକ, ଏଲ ସି ସି କଂପ୍ୟୁଟର ସଂଯୋଜକ ଭାଗବତ ବାତ୍ରା,ବିଷମକଟକ କେନ୍ଦୁପତ୍ର ରେଞର ଇନଚାର୍ଜ ପ୍ରମୋଦ କୁମାର ପାତ୍ର,ମୁନିଗୁଡା ‌ଫରେଷ୍ଟର ଶକୁନ୍ତଳା ବେହେରା, ପ୍ରଫୁଲ କୁମାର ପ୍ରଧାନ,ପ୍ରିତୀଲତା କୁଡୁଚି ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ଆଗ୍ରହୀ ଯୁବକ ଯୁବତୀ ମାନେ ଆଗାମି ଦିନରେ ହାଟମୁନିଗୁଡା ସ୍ଥିତ ରାମକୃଷ୍ନ ମିଶନ ଏବଂ ଚାଟିକଣା ସ୍ଥିତ ପ୍ରଶିକ୍ଷଣ କେନ୍ଦ୍ର ପ୍ରଶିକ୍ଷଣ ଦିଆଯିବ ବୋଲି ଶ୍ରୀ ପ୍ରମୋଦ ପାତ୍ର ପ୍ରକାଶ କରିଛନ୍ତି । ଯୁବକ ଯୁବତୀ ମାନଙ୍କୁ ୬୦ଦିନର ପ୍ରଶିକ୍ଷଣ ଦିଆଯାଇ ବିଭିନ୍ନ କର୍ମସଂସ୍ଥାନରେ ଭର୍ତି କରାଯିବ ଏବଂ ସେମାନେ ରୋଜଗାରକ୍ଷମ ହୋଇପାରିବେ ବୋଲି ରେଞ ଇନଚାର୍ଜ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି ।

What's Your Reaction?

like

dislike

love

funny

angry

sad

wow