ଅମ୍ବାଦଳା ବୈଷ୍ୟ ସଂଘର ନୂତନ କାର୍ଯ୍ୟକର୍ତ୍ତା ଚୟନ
ଆମ୍ବଦାଳା (ଓ ଏନ ଟି ) : ମୁନିଗୁଡା ବ୍ଲକ ଆମ୍ବଦାଳା ସହରର ବାସଭି କନ୍ୟାକପରମେଶ୍ୱରୀ ବୈଶ୍ୟ ସଙ୍ଘର କର୍ମ କର୍ତା ଚୟନ ହୋଇଯାଇଛି। ଏହି ଚୟନ ପ୍ରକ୍ରିୟା ପ୍ରତି ବର୍ଷ ଜାନୁଆରୀ ମାସର ପ୍ରଥମ ରବିବାର ଦିନ ନୂତନ କମିଟି ଗଠନ କରି ମକର ସଂକ୍ରାନ୍ତି ରେ ଘୋଷଣା କରିବା ନିୟମ ଅଛି। ନୂତନ କର୍ମ କର୍ତା ଭାବେ ସଙ୍ଘର ସଭାପତି ଜି ମୁରଲୀ ମୋହନ ସମ୍ପାଦକ ଭାବେ କେ ଶ୍ରୀନିବାସ ରାଓ ଓ କୋଷଦକ୍ଷ ଭାବେ କେ ଶିବ ପ୍ରସାଦ ରାଓ କୁ ଚୟନ କରାଯାଇଥିଲା।ଏହିଅବସର ରେ ଭୋଗୀ ଦିନ ସଙ୍ଘ ତରଫରୁ ସ୍ଥାନୀୟ ତାରିଣୀ ମନ୍ଦିର ରେ ପୂଜା ପରେ ଜଗନ୍ନାଥ ମନ୍ଦିରରେ ପୂଜାର୍ଚନା ପରେ ଏକ ଶୋଭାଯାତ୍ରା ରେ କର୍ମ କର୍ତା ମାନଂକୁ ସଙ୍ଘ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ।
ପରେସଙ୍ଘ କାର୍ଯ୍ୟାଳୟ ରେ ୩ କର୍ମ କର୍ତା ଙ୍କୁ ସମ୍ମାନିତ କରାଯାଇଥିଲା. ଏହି ଅବସରରେ କଳାହାଣ୍ଡି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ପ୍ରଚାରକ ଚକ୍ର ଧର ରାଓ ଭାଇ ଅତିଥି ଭାବେ ଯୋଗ ଦେଇ ଭୋଗୀ ଦିନ ନିଆଁ ଜାଳିବା ଓ ମକର ସଂକ୍ରାନ୍ତି ବିଷୟରେ ଆଲୋକପାତ କରିଥିଲେ।
ଏହିଅବସରେ ନୂତନ କର୍ମ କର୍ତା ମାନେ ମନ୍ଦିର ନିର୍ମାଣ କାର୍ଯ୍ୟକ୍ରମ ଆଗକୁ ନେବା ସହ ନିଜ ସମାଜର ଉନ୍ନତି ପାଇଁ ଚେଷ୍ଟା କରିବୁ ବୋଲି ପ୍ରତିଶୃତି ଦେବା ସହ ସଙ୍ଘର ସମସ୍ତ ସଦସ୍ୟଙ୍କୁ ସୂବେଚ୍ଛା ଜଣାଇଥିଲେ। ଭାଷାବି କଲାତମ ମହିଳା ସଙ୍ଘ ତିରୁପତି ମନ୍ଦିର ରେ ଯୋଗ ଦାନ କରି ଥିବାରୁ ତାଙ୍କୁ ପୁରସ୍କୃତ କରାଯାଇଥିଲା।ସଙ୍ଘ ପରିବାରର ପିଲାମାନେ ନାଚ ଗୀତ କରି ମଜା ନେଇଥିଲେ।ଏହି କାର୍ଯ୍ୟକ୍ରମ କୁ ସଙ୍ଘ ର ସମସ୍ତ ଯୁବ ଗୋଷ୍ଟି ପରିଚାଳନା ରେ ସହଯୋଗ କରିଥିଲେ.ଏହି ସଙ୍ଘ ପ୍ରାୟ ୫୫ ପରିବାରକୁ ନେଇ ଗଠିତ ହୋଇଛି।
What's Your Reaction?