ସଡକ ସୁରକ୍ଷା ପାଇଁ ସଚେତନତା ପଦଯାତ୍ରା

Jan 30, 2026 - 06:28
 0  4

ମୁନିଗୁଡା:(ଓ ଏନ ଟି):ସଡ଼କ ସୁରକ୍ଷା ମାସ ସଚେତନତା ନିମନ୍ତେ ମୁନିଗୁଡା ଠାରେ ଅନୁଷ୍ଠିତ ହୋଇଯାଇଛି ସଚେତନତା ପଦଯାତ୍ରା । ସ୍ଥାନୀୟ ମୁନିଗୁଡା ମହାବିଦ୍ୟାଳୟ ଠାରୁ ବାହାରିଥିବା ଶୋଭାଯାତ୍ରା ସହର ପରିକ୍ରମା କାରି ମୁନିଗୁଡା ବସ ଷ୍ଟାଣ୍ଡ ଠାରେ ଶେଷ ହୋଇଛି। ।ଏଥିରେ ଟ୍ରାଫିକ ଇନିସ୍ପେକ୍ଟର ଜେ ଭାରାସିଙ୍ଘାରିଆ,ମୁନିଗୁଡା ଥାନା ଅଧିକାରୀ କେଶବ ଶଡଙ୍ଗୀ, କନିଷ୍ଠ ଏମଭିଆଇ ଏସ କେ ବେହେରା, ମୁନିଗୁଡା ଡିଗ୍ରୀ କଲେଜ ଅଧକ୍ଷ ହୃଷିକେଶ ଜାଲି, ହୁକୁମତୋଳା ସଂସ୍କୃତ ମହାବିଦ୍ୟାଳୟର ଅଧ୍ୟାପକ କୃଷ୍ଣଚନ୍ଦ୍ର ମଲିକ, ଡମ୍ବୁରୁଧର କୁଶୁଲିଆ,ପୋଲିସ କନଷ୍ଟେବଳ ମୁନିଗୁଡା ମହାବିଦ୍ୟାଳୟ ଓ ହୁକୁମତୋଳା ସ୍ଥିତ ସଂସ୍କୃତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗଦେଇଥିଲେ।

 ଗାଡ଼ି ଚଳାଇଲା ବେଳେ ହେଲମେଟ ବ୍ୟବହାର କରିବା, ଧର୍ଯ୍ୟ ସୀମା ଭିତରେ ଗାଡିର ଗତିରେ ଚଳାଇବା, ମଦ୍ୟପାନ କରି ଗାଡି ନାଚଲେଇବା ଆଦି ସ୍ଲୋଗାନ ମାନ ଦେଇ ସହର ପରିକ୍ରମା କରିଥିଲେ। ବିଶେଷ କରି ଦୁର୍ଘଟଣା ହ୍ରାସ ପାଇବ ସେଥିପାଇଁ ଜନସଚେତନା କରାଯାଇଥିଲା।

What's Your Reaction?

like

dislike

love

funny

angry

sad

wow