ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ତରଫରୁ ୨ ଦିନିଆ ରାଜ୍ୟସ୍ତରୀୟ ଯୁବ ଶିବିର ଅନୁଷ୍ଟିତ

Aug 14, 2023 - 15:08
Aug 14, 2023 - 15:13
 0  129
ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ତରଫରୁ ୨ ଦିନିଆ ରାଜ୍ୟସ୍ତରୀୟ ଯୁବ ଶିବିର ଅନୁଷ୍ଟିତ

ରାୟଗଡା, (ଓ.ଏନ.ଟି ) : ରାୟଗଡା ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ତରଫରୁ ଗତ ୧୨ ଓ ୧୩ ରିଖ ଧରି ଦୁଇ ଦିନିଆ ରାଜ୍ୟସ୍ତରୀୟ ଯୁବ ଶିବିର ସ୍ଥାନୀୟ ଗାୟତ୍ରୀ ନଗର ସ୍ଥିତ ଗାୟତ୍ରୀ ଶକ୍ତିପୀଠ ଠାରେ ପ୍ରାନ୍ତୀୟ ଯୁବ ପ୍ରତିନିଧି ସନ୍ତୋଷ କୁମାର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟ ରାୟଗଡା ଶାଖାର ନିର୍ଦ୍ଦେଶକ ରାଜେଶ କୁମାର ପାଢ଼ୀ ଏବଂ ଅବସର ପ୍ରାପ୍ତ ଆୟକର ଅଧିକାରୀ ଚିତ୍ତ ରଞ୍ଜନ ପାତ୍ରଙ୍କ ଦ୍ଵାରା ଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା।

କାର୍ଯ୍ୟକ୍ରମରେ ଗାୟତ୍ରୀ ପରିବାର ଜୋନାଲ ସଂଯୋଜକ ନାଗେଶ୍ଵର ପ୍ରସାଦ ସିଂହ, ଜିଲ୍ଲା ସଂଯୋଜକ ସୁଧିର କୁମାର ମିଶ୍ର, କୋରାପୁଟ ଜିଲ୍ଲା ଉପ ଜୋନ ସଂଯୋଜକ ବାଲ୍ମୀକି ପ୍ରଧାନ ଓ ରଜତ କୁମାର ଷଡ଼ଙ୍ଗୀ ମଞ୍ଚ ପରିଚାଳନା କରିଥିଲେ। ଉକ୍ତ ଶିବିରରେ ପ୍ରତ୍ୟେକ ଜିଲ୍ଲାର ଗାୟତ୍ରୀ ପରିବାରର ସକ୍ରିୟ କାର୍ଯ୍ୟକର୍ତ୍ତା ଭାଗ ନେଇଥିଲେ। ଏହି ଦୁଇ ଦିନ ଶିବିରରେ ଆଜିର ଯୁବ ପିଢ଼ିକୁ ମାର୍ଗଦର୍ଶନ ସହ ସେମାନଙ୍କୁ କିଭଳି ବ୍ୟକ୍ତି ନିର୍ମାଣ ଓ ରାଷ୍ଟ୍ର ନିର୍ମାଣରେ ଭାଗିଦାରୀ ହେବେ ସେ ସମ୍ପର୍କରେ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଆସନ୍ତା ୨୯ ରିଖରେ ହେବାକୁ ଥିବା ତିନି ଦିବସୀୟ ପ୍ରାନ୍ତୀୟ ୟୁବ ସମ୍ମିଳନୀ ଉପରେ ବିସ୍ତୃତ ଭାବେ ବିଚାରବିମର୍ଶ କରା ଯାଇଥିଲା । ଏଥିରେ ଯୁବମାନଙ୍କ ମାଧ୍ୟମରେ ପ୍ରତ୍ୟେକ ଜିଲ୍ଲା, ବ୍ଲକ ଓ ପଞ୍ଚାୟତ ସ୍ଥରରେ ସପ୍ତ ସୁତ୍ରିକ ଆନ୍ଦୋଳନ ଯଥା ନିସ ନିବାରଣ, ବୃକ୍ଷ ରୋପଣ,ସ୍ବଚ୍ଛତା ଅଭିଯାନ, ବ୍ୟସନ୍ ମୁକ୍ତି ଆନ୍ଦୋଳନ, ଶିକ୍ଷା ଆନ୍ଦୋଳନ, ନାରୀ ଜାଗରଣ ଓ ସ୍ଵାସ୍ଥ୍ୟ ସଚେତନତା ମାଧ୍ୟମରେ ପ୍ରତ୍ୟେକ ଜନ ସାଧାରଣଙ୍କୁ ସଚେତନତାର ସହ କାର୍ଯ୍ୟକାରୀ କରିବା ପାଇଁ ଆଲୋଚନା ହୋଇଥିଲା । ଶେଷରେ ଉପସ୍ଥିତ ସମସ୍ତ ଜିଲ୍ଲା ଗାୟତ୍ରୀ ପରିଜନଙ୍କୁ ଜିଲ୍ଲା ସଂଯୋଜକ ଶ୍ରୀ ମିଶ୍ର ଧନ୍ୟବାଦ୍ ପ୍ରଦାନ ଅର୍ପଣ କରିଥିଲେ।

What's Your Reaction?

like

dislike

love

funny

angry

sad

wow