ଗାଁରେ ବୁଲୁଛି ହାତୀ, ଭୟରେ ପାତଲମ୍ବା ଗ୍ରାମବାସୀ ।

Jul 15, 2026 - 14:46
Jul 15, 2026 - 14:59
 0  70
ଗାଁରେ ବୁଲୁଛି ହାତୀ, ଭୟରେ ପାତଲମ୍ବା ଗ୍ରାମବାସୀ ।

Click here to watch Video

ରାୟଗଡ଼ା (ଓ ଏନ୍ ଟି) : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରୁ ଆସିଛି ହାତୀ ଆତଙ୍କର ଚିତ୍ର। ପାର୍ସାଲି ପଞ୍ଚାୟତର ପାତଲମ୍ବା ଗାଁରେ ପଶି ଆତଙ୍କ ସୃଷ୍ଟି କଲା ଦନ୍ତା ହାତୀ। ରାୟଗଡ଼ା ଜିଲ୍ଲାରେ ହାତୀ ଉପଦ୍ରବ ଥମିବାର ନାଁ ନେଉନି। ସଦ୍ୟତମ ଘଟଣାଟି ଘଟିଛି କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ ପାତଲମ୍ବା ଗାଁରେ। ସୂଚନା ମୁତାବକ, ନିକଟସ୍ଥ ଜଙ୍ଗଲରେ ଏକ ହାତୀପଲ ବିଚରଣ କରୁଥିବା ବେଳେ ସେଥିରୁ ଏକ ଦନ୍ତା ହାତୀ ଅଲଗା ହୋଇ ସିଧା ଗାଁ ଭିତରକୁ ପଶି ଆସିଥିଲା। ହଠାତ୍ ଗାଁ ମଝିରେ ଦନ୍ତା ହାତୀକୁ ଦେଖି ଗ୍ରାମବାସୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଜୀବନ ବଞ୍ଚାଇବାକୁ କେହି ଘରର ଛାତ ଉପରକୁ ଚଢ଼ିଯାଇଥିବା ବେଳେ, ଆଉ କେହି ଭୟରେ ଘରର କବାଟ ଓ ତାଟି ବନ୍ଦ କରି ଭିତରେ ରହିଥିଲେ। ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗର ଫରେଷ୍ଟର ଭଗବାନ ସାରାକା ଓ ତାଙ୍କ ସହକର୍ମୀମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ବନ କର୍ମଚାରୀଙ୍କ ବହୁତ କଷ୍ଟ ଓ ଉଦ୍ୟମ ପରେ ହାତୀଟିକୁ ଜନବସତିରୁ ଘଉଡ଼ାଇ ଜଙ୍ଗଲ ମୁହାଁ କରିବାରେ ସଫଳ ହୋଇଥିଲେ। ତେବେ ହାତୀଟି ଜଙ୍ଗଲକୁ ଫେରିଯାଇଥିଲେ ମଧ୍ୟ ପାତଲମ୍ବା ଓ ଆଖପାଖ ଗାଁରେ ଏବେବି ଭୟର ବାତାବରଣ ଲାଗି ରହିଛି। ଏହି ପରିପ୍ରେକ୍ଷୀରେ ବନ ବିଭାଗ ପକ୍ଷରୁ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ରାତି ସମୟରେ ଏକାକୀ ବାହାରକୁ ନବାହାରିବା ଏବଂ ହାତୀ ଦେଖିଲେ ତୁରନ୍ତ ବନ ବିଭାଗକୁ ସୂଚନା ଦେବା ପାଇଁ ଅନୁରୋଧ କରାଯାଇଛି।

What's Your Reaction?

like

dislike

love

funny

angry

sad

wow