ଅର୍ଣ୍ଣବ ବାତ୍ୟାରେ ପ୍ରଭାବିତ ପରିବାର ଓ ଚାଷୀଙ୍କ ପାଇଁ ବଡ଼ ସହାୟତା ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶା (ଓ ଏନ୍ ଟି) : ଅର୍ଣ୍ଣବ' ବାତ୍ୟା ଏବଂ ପ୍ରବଳ ବର୍ଷା ପ୍ରଭାବିତ ଜନସାଧାରଣ ଓ ଚାଷୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ଧରଣର ସହାୟତା ପ୍ୟାକେଜ୍ ଘୋଷଣା କରିଛନ୍ତି।
'ଅର୍ଣ୍ଣବ' ବାତ୍ୟା ଏବଂ ପ୍ରବଳ ବର୍ଷା ଯୋଗୁଁ ଓଡ଼ିଶାର ବିଭିନ୍ନ ଜିଲ୍ଲା, ବିଶେଷକରି ଗଞ୍ଜାମ, ଗଜପତି ଏବଂ କନ୍ଧମାଳରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଆଜି ଆମେ ଆମର ଜନସାଧାରଣ, ବିଶେଷକରି ଚାଷୀ ଭାଇଭଉଣୀମାନଙ୍କ ପାଇଁ ସହାୟତା ପ୍ୟାକେଜ୍ ଘୋଷଣା କରାଯାଇଅଛି । ସମସ୍ତ ପ୍ରଭାବିତ ପରିବାରକୁ ୫୦ କିଲୋଗ୍ରାମ ଚାଉଳ ସହିତ ୨,୫୦୦ ଟଙ୍କା ପ୍ରଦାନ କରାଯିବ। ଯେଉଁ ପରିବାରମାନଙ୍କର ଘର ସମ୍ପୂର୍ଣ୍ଣ କିମ୍ବା ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି, ସେମାନଙ୍କୁ ସମତଳ ଅଞ୍ଚଳରେ ୧,୨୦,୦୦୦ ଟଙ୍କା ଏବଂ ପାହାଡ଼ିଆ ଅଞ୍ଚଳରେ ୧,୩୦,୦୦୦ ଟଙ୍କା ଯାଇଯିବ। ଯେଉଁ ପରିବାରମାନଙ୍କର ଘର ସମ୍ପୂର୍ଣ୍ଣ ଭାସିଯାଇଛି, ସେମାନଙ୍କୁ ପୋଷାକ ବାବଦକୁ ୨,୫୦୦ ଟଙ୍କା ଏବଂ ବାସନକୁସନ ପାଇଁ ୨,୫୦୦ ଟଙ୍କା ଦିଆଯିବ। ଗୃହପାଳିତ ପଶୁସମ୍ପଦର ବିକାଶ ଓ କ୍ଷତିପୂରଣ ପାଇଁ ୩୭,୫୦୦ ଟଙ୍କା ସହାୟତା ଯୋଗାଇ ଦିଆଯିବ। ଯେଉଁ କୃଷି ଅଞ୍ଚଳଗୁଡ଼ିକରେ ୩୩ ପ୍ରତିଶତ କିମ୍ବା ଅତୋଧିକ ଫସଲ ହାନି ହୋଇଛି, ସେମାନଙ୍କ ପାଇଁ କୃଷି ଇନପୁଟ୍ ସବ୍ସିଡ୍ ଘୋଷଣା କରାଯାଇଛି। ଅଣଜଳସେଚିତ ଅଞ୍ଚଳରେ ହେକ୍ଟର ପ୍ରତି ୮,୫୦୦ ଟଙ୍କା। ଜଳସେଚିତ ଅଞ୍ଚଳରେ ହେକ୍ଟର ପ୍ରତି ୧୭,୦୦୦ ଟଙ୍କା। ସ୍ଥାୟୀ ବା ବାରମାସୀ ଫସଲରେ ହେକ୍ଟର ପ୍ରତି ୨୨,୫୦୦ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବା । ରାଜ୍ୟ ସରକାରଙ୍କ ଏହି ତ୍ୱରିତ ସହାୟତା ଘୋଷଣା ଦ୍ୱାରା ବାତ୍ୟା ଓ ବନ୍ୟା ପ୍ରଭାବିତ ଲୋକେ ବିଶେଷ ଭାବେ ଉପକୃତ ହେବେ ବୋଲି ଆଶା କରାଯାଉଛି।
What's Your Reaction?