‎ରାୟଗଡ଼ା ପ୍ରେସ୍ ୟୁନିଅନ ନିର୍ବାଚନ, ନୂତନ କର୍ମକର୍ତ୍ତା ଚୟନ

The Rayagada Press Union has officially elected its new leadership team during an executive meeting held at the Senior Citizens Welfare House under the chairmanship of outgoing President Amulya Ratna Sahu.

Aug 14, 2026 - 17:30
Aug 14, 2026 - 17:32
 0  166
‎ରାୟଗଡ଼ା ପ୍ରେସ୍ ୟୁନିଅନ ନିର୍ବାଚନ, ନୂତନ କର୍ମକର୍ତ୍ତା ଚୟନ

ରାୟଗଡ଼ା (ଓ ଏନ୍ ଟି) : ରାୟଗଡ଼ା ପ୍ରେସ୍ ୟୁନିଅନର ନୂତନ କାର୍ଯ୍ୟକର୍ତ୍ତା ଚୟନ ନିମନ୍ତେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାୟଗଡ଼ା ସ୍ଥିତ ବରିଷ୍ଠ ନାଗରିକ ମଙ୍ଗଳ ଗୃହଠାରେ ପ୍ରେସ୍ ୟୁନିଅନର ସଭାପତି ଅମୂଲ୍ୟ ରତ୍ନ ସାହୁଙ୍କ ତତ୍ତ୍ୱାବଧାନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ଶ୍ରୀ ଅମୂଲ୍ୟ ସାହୁଙ୍କ ଆବାହନ କ୍ରମେ ଏକ ୫ ଜଣିଆ ନିର୍ବାଚନ କମିଟି ଗଠନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏହି ନିଷ୍ପତ୍ତିକୁ ଉପସ୍ଥିତ ସମସ୍ତ ସଭ୍ୟ ଏକମତେ ଗ୍ରହଣ କରିଥିଲେ। ସଭ୍ୟମାନଙ୍କ ନିଷ୍ପତ୍ତି କ୍ରମେ ୟୁନିଅନର ସୁରେଶ ଚନ୍ଦ୍ର ସାହୁ, ଅମୂଲ୍ୟ ନିସଙ୍କ, ପ୍ରସନ୍ନ ପଣ୍ଡା, ବି. ଭେଙ୍କଟ ରାବଣା ଏବଂ ପ୍ରଦୀପ ପତ୍ରଙ୍କ ସହ ଆଲୋଚନା କରାଯାଇ ନୂତନ କମିଟିର ନାମ ଚୂଡ଼ାନ୍ତ କରାଯାଇଥିଲା। ପରେ ସଭାପତି ଅମୂଲ୍ୟ ସାହୁ ନୂତନ କମିଟିର ତାଲିକାକୁ ଉପସ୍ଥିତ ସମସ୍ତ ସଭ୍ୟଙ୍କ ସାମ୍ନାରେ ଘୋଷଣା କରିଥିଲେ। ନାମ ଘୋଷଣା ହେବା ପରେ ଉପସ୍ଥିତ ସମସ୍ତ ସଭ୍ୟ ଏହାକୁ ଏକମତେ ସମର୍ଥନ କରିଥିଲେ।

ନୂତନ କର୍ମକର୍ତ୍ତାମାନେ ହେଲେ ସଭାପତି ଭାବେ ଇପିଲି ସର୍ବେଶ୍ୱର ରାଓ, ଉପସଭାପତି ଭାବେ ନରେଶ କୁମାର ପତ୍ର, ସାଧାରଣ ସମ୍ପାଦକ ଭାବେ ଶିବାଜୀ ଦାଶ, ସହସମ୍ପାଦକ ଭାବେ ତୁଷାର ରଞ୍ଜନ ସାହୁ ଏବଂ କୋଷାଧ୍ୟକ୍ଷ ଭାବେ ଧରଣୀଧର ପଟ୍ଟନାୟକ ମନୋନୀତ ହୋଇଛନ୍ତି। ସେହିପରି ଉପଦେଷ୍ଟା ମଣ୍ଡଳୀ ଭାବେ ସୁରେଶ ଚନ୍ଦ୍ର ଦାଶ, ଅମୂଲ୍ୟ ରତ୍ନ ସାହୁ ଏବଂ ମାଉଡି ବାରିକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ନୂତନ ଭାବେ ପ୍ରେସ୍ ୟୁନିଅନର ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଇପିଲି ସର୍ବେଶ୍ୱର ରାଓ କହିଛନ୍ତି ଯେ, ସାମ୍ବାଦିକମାନଙ୍କ ମଧ୍ୟରେ କୌଣସି ବାଛବିଚାର ନ ରଖି ଆମ ୟୁନିଅନ ଏବଂ ଅନ୍ୟ ସମସ୍ତ ସାମ୍ବାଦିକଙ୍କ ମଙ୍ଗଳ ପାଇଁ ଆମେ ସମସ୍ତେ ମିଳିମିଶି କାମ କରିବୁ।

What's Your Reaction?

like

dislike

love

funny

angry

sad

wow