ଟ୍ରେନ୍‌ ଇଞ୍ଜିନ ଧକ୍କାରେ ହାତୀ ମୃତ୍ୟୁ ।

Sep 10, 2026 - 11:00
 0  57
ଟ୍ରେନ୍‌ ଇଞ୍ଜିନ ଧକ୍କାରେ ହାତୀ ମୃତ୍ୟୁ ।

‎ରାୟଗଡ଼ା (ଓ ଏନ୍ ଟି) : ଟ୍ରେନ ଇଞ୍ଜିନ ଧକ୍କାରେ ଗୋଟିଏ ଦନ୍ତା ହାତୀର ମୃତ୍ୟ ହୋଇଥିବା ଜଣାପଡିଛି I ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ବୁରୁନ୍ଦାବାଡି ନିକଟରେ ବିଷମକଟକ ଥେରୁବାଲି ରେଳଧାରଣାରେ ଏହି ଘଟଣା ଘଟିଛି । ରେଳଧାରଣାଠାରୁ ୩ ମିଟର ଦୂରରେ ପଡ଼ିଛି ହାତୀର ମୃତଦେହ I ସୂଚନାରୁ ଜଣାପଡିଛି ଯେ ୩୧୨/୫-୭ କିଲୋମିଟର ନିକଟରେ ବ୍ୟାଙ୍କର୍ ଲାଇଟ୍ ଇଞ୍ଜିନ୍‌ ଦନ୍ତା ହାତୀଟିକୁ ଧକ୍କା ଦେଇଥିଲା । ଘଟଣା ବିଳମ୍ବିତ ରାତିରେ ହୋଇଥିବା ବେଳେ ଆରପିଏଫ ଓ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚିଛନ୍ତି I ବର୍ଷା ହେଉଥିବା ଯୋଗୁଁ ଉଦ୍ଧାର କାର୍ଯ୍ୟ ବିଳମ୍ବିତ ହୋଇଛି । କିଛି ମାସ ହେଲା କଳାହାଣ୍ଡି ଜିଲ୍ଲାରୁ ଏକ ଚାରି ଟିକିଆ ହାତୀ ବିଷମକଟକ ବ୍ଲକର ଭାତପୁର ବୁରୁନ୍ଦାବାଡ଼ି ଅଞ୍ଚଳରେ ବୁଲାବୁଲି କରୁଥିଲେ ।

What's Your Reaction?

like

dislike

love

funny

angry

sad

wow