ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା, ରାୟଗଡ଼ାରେ କଂଗ୍ରେସର ଶାନ୍ତିପୂର୍ଣ୍ଣ ମହମବତୀ ପଦଯାତ୍ରା, ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି
Rayagada Congress holds a peaceful candlelight march led by MLA Kadraka Apalaswamy, protesting the NEET paper leak and honoring affected students.
ରାୟଗଡ଼ା (ଓ ଏନ୍ ଟି) : ଅଖିଳ ଭାରତୀୟ କଂଗ୍ରେସ କମିଟି ଏଆଇସିସି ସଭାପତି ଶ୍ରୀଯୁକ୍ତ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନିର୍ଦ୍ଦେଶକ୍ରମେ ଦେଶବ୍ୟାପୀ ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ବାରମ୍ବାର ଲିକ୍ ହେବା ଘଟଣାକୁ ନେଇ ପ୍ରତିବାଦ ଜୋରଦାର ହୋଇଛି। ଏହି ଘଟଣା ଲକ୍ଷ ଲକ୍ଷ ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନିଶ୍ଚିତତାର ଅନ୍ଧକାରକୁ ଠେଲି ଦେଇଥିବା ବେଳେ କଂଗ୍ରେସ ଦଳ ସର୍ବଦା ସେମାନଙ୍କ ସହ ଦୃଢ଼ତାର ସହିତ ଛିଡ଼ା ହୋଇଛି। ଆଜି କେନ୍ଦ୍ର ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫାକୁ କଂଗ୍ରେସ ପକ୍ଷରୁ ସତ୍ୟର ଜୟ ଏବଂ ଛାତ୍ରଛାତ୍ରୀଙ୍କ ଦୀର୍ଘ ସଂଘର୍ଷର ବିଜୟର ପ୍ରତୀକ ଭାବେ ଅଭିହିତ କରାଯାଇଛି।
ଏହି ପରିପ୍ରେକ୍ଷୀରେ, ସ୍ଥାନୀୟ ବିଧାୟିକା ତଥା କଂଗ୍ରେସ ଜିଲ୍ଲା ସଭାପତି କାଡ୍ରାକା ଆପାଲାସ୍ୱାମୀଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଏକତ୍ରିତ ହୋଇ ଏକ ଶାନ୍ତିପୂର୍ଣ୍ଣ ମହମବତୀ ପଦଯାତ୍ରା କରିଛନ୍ତି। ନିଟ୍ ପ୍ରଶ୍ନପତ୍ର ଲିକ୍ ଘଟଣା ଏବଂ ଏହାକୁ କେନ୍ଦ୍ର କରି ମାନସିକ ଚାପରେ ପଡ଼ି ଆତ୍ମହତ୍ୟା କରିଥିବା ଦୁର୍ଭାଗ୍ୟଜନକ ଛାତ୍ରଛାତ୍ରୀଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ସେମାନଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ପ୍ରକାଶ କରିବା ଏହି ପଦଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଆଜି ସନ୍ଧ୍ୟା ୬:୦୦ ଘଣ୍ଟା ସମୟରେ ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ସତ୍ୟର ପ୍ରତିକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଏହାପରେ କର୍ମୀମାନେ ଏକ ଶାନ୍ତିପୂର୍ଣ୍ଣ ମହମବତୀ ପଦଯାତ୍ରାରେ ବାହାରି ସହରର ରାୟଗଡ଼ା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲା। ସେଠାରେ ସମ୍ବିଧାନ ନିର୍ମାତା ଡଃ ବି.ଆର୍. ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚି ପୁଷ୍ପମାଲ୍ୟ ଅର୍ପଣ କରାଯିବା ସହିତ ଏହି ଶାନ୍ତିପୂର୍ଣ୍ଣ ପଦଯାତ୍ରାର ସମାପନ ହୋଇଥିଲା।
What's Your Reaction?