ରାୟଗଡ଼ା ଜିଲ୍ଲା ଠିକାଦାର ମହାସଂଘର ସାଧାରଣ ବୈଠକ
ରାୟଗଡ଼ା (ଓ ଏନ ଟି) : ରାୟଗଡ଼ା ସହରସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିଅମ୍ଠାରେ ରାୟଗଡ଼ା ଜିଲ୍ଲା ଠିକାଦାର ମହାସଂଘର ଜିଲ୍ଲାସ୍ତରୀୟ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗର ଟେଣ୍ଡର ପ୍ରକ୍ରିୟା, ସ୍ଥାନୀୟ ଠିକାଦାରଙ୍କ ସ୍ୱାର୍ଥ ସୁରକ୍ଷା ଏବଂ ସଂଘର ସାମୂହିକ ହିତକୁ ନେଇ ଏକ ବିସ୍ତୃତ ଆଲୋଚନା କରାଯାଇଥିଲା। ବୈଠକ ଶେଷରେ ସଂଘ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପାଞ୍ଚ ଦଫା ସଂକଳ୍ପ ଗ୍ରହଣ କରାଯାଇଛି।
ରାୟଗଡ଼ା ସହରରେ ଆୟୋଜିତ ଏହି ଜିଲ୍ଲାସ୍ତରୀୟ ସାଧାରଣ ବୈଠକରେ ଜିଲ୍ଲାର ୧୧ଟି ବ୍ଲକ୍ ଏବଂ ବିଭିନ୍ନ ଅଞ୍ଚଳରୁ ବହୁ ସଂଖ୍ୟାରେ ଠିକାଦାରମାନେ ଯୋଗଦେଇଥିଲେ। ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସଂଘର ସଂଗଠନକୁ ଅଧିକ ସୁଦୃଢ଼ କରିବା, ସ୍ଥାନୀୟ ଠିକାଦାରଙ୍କ ସ୍ୱାର୍ଥ ସୁରକ୍ଷା ଏବଂ ଟେଣ୍ଡର ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ଏକତା ବଜାୟ ରଖିବା। ବୈଠକରେ ସର୍ବସମ୍ମତିକ୍ରମେ ନିମ୍ନଲିଖିତ ପାଞ୍ଚ ଦଫା ସଂକଳ୍ପ ଗ୍ରହଣ କରାଯାଇଛି । ସଂଘର ସାମୂହିକ ହିତରେ ନିଆଯାଉଥିବା ସମସ୍ତ ନିଷ୍ପତ୍ତିକୁ ସମସ୍ତ ସଦସ୍ୟ ସମ୍ମାନ ଜଣାଇବେ। ଜିଲ୍ଲାରେ ବାହାରୁଥିବା ସମସ୍ତ ଟେଣ୍ଡରରେ ସେଡ୍ୟୁଲ ରେଟ୍ରେ ଭାଗ ନେବାକୁ ସ୍ଥିର ହୋଇଛି। କେବଳ ଜିଲ୍ଲାର ଠିକାଦାରମାନଙ୍କର ଲାଇସେନ୍ସ ବ୍ୟବହାର କରାଯିବ। ପରସ୍ପର ମତଭେଦ ଦୂର କରି ସଂଘର ସାମୂହିକ ହିତ ପାଇଁ ଏକଯୁଟ ହୋଇ କାର୍ଯ୍ୟ କରାଯିବ।ସଂଘର ଏକତା ହିଁ ଆମ୍ଭର ବଳ ନୀତିକୁ ଆଧାର କରି ସମସ୍ତେ ଏକଜୁଟ ରହିବାକୁ ଦୃଢ଼ ସଂକଳ୍ପ ନିଆଯାଇଛି।ଏହି ବୈଠକ ପରେ ଜିଲ୍ଲାରେ ଠିକାଦାରମାନଙ୍କ ମଧ୍ୟରେ ପାରସ୍ପରିକ ସହଯୋଗ ଓ ସମନ୍ୱୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।
What's Your Reaction?