ଓଡ଼ିଆ ଦୈନିକ 'ସତମାର୍ଗ'ର ନୂତନ ଶାଖା କାର୍ଯ୍ୟାଳୟ ଉଦ୍ଘାଟିତ ।
ରାୟଗଡ଼ା (ଓ ଏନ୍ ଟି) : ରାୟଗଡ଼ା ସହରରେ ତେଜଶ୍ରି ସେବା ଫାଉଣ୍ଡେସନ ଦ୍ୱାରା ପରିଚାଳିତ ଓଡ଼ିଆ ଦୈନିକ ଖବରକାଗଜ "ସତମାର୍ଗ" ର ନୂତନ ଶାଖା କାର୍ଯ୍ୟାଳୟ ଜିଲ୍ଲାପାଳ କାର୍ଯ୍ୟାଳୟ ରାସ୍ତା ପରିସରରେ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ଉପଲକ୍ଷେ ସ୍ଥାନୀୟ ଲାୟନ୍ସ କ୍ଲବ୍ ପରିସରରେ ଏକ ଭବ୍ୟ ସଭାର ଆୟୋଜନ କରାଯାଇଥିଲା।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦେବରାଜ ଟାକ୍ରି ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ତେଜଶ୍ରୀ ମହାନ୍ତି ଓ ମୁଖ୍ୟ ବକ୍ତା ଭାବେ "ସତମାର୍ଗ" ଖବରକାଗଜର ସମ୍ପାଦକ ତଥା ତେଜଶ୍ରି ସେବା ଫାଉଣ୍ଡେସନର ସଭାପତି ଶ୍ରୀ ରାଜେଶ ମହାନ୍ତି। ମଞ୍ଚାସିନ ଥିଲେ। ସଭାର ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସମ୍ପାଦକ ରାଜେଶ ମହାନ୍ତି ତାଙ୍କ ବକ୍ତବ୍ୟରେ ଫାଉଣ୍ଡେସନର ଭବିଷ୍ୟତ ଯୋଜନା ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ ।
ଏହି ଫାଉଣ୍ଡେସନ ସାରା ଓଡ଼ିଶାରେ କାର୍ଯ୍ୟ କରିବ ଏବଂ ପ୍ରତ୍ୟେକ ଜିଲ୍ଲାରୁ ମୋଟ ୩୦ ଜଣ ସଭ୍ୟଙ୍କୁ ନେଇ ଗଠିତ ହେବ। ବାସହରାଙ୍କୁ ଥଇଥାନ, ବୃଦ୍ଧବୃଦ୍ଧାଙ୍କ ପାଇଁ ବୃଦ୍ଧାଶ୍ରମ, ଶିଶୁ ଓ କିଶୋରୀଙ୍କ ପାଇଁ ଅନାଥ ଆଶ୍ରମ ପ୍ରତିଷ୍ଠା। ମାଗଣା ସ୍ୱାସ୍ଥ୍ୟ ସେବା, ଗରିବ ଓ ଅସହାୟଙ୍କୁ ଖାଦ୍ୟ ଯୋଗାଇବା ସହ ଘରପୋଡ଼ି, ବନ୍ୟା, ବାତ୍ୟା କିମ୍ବା ଯେକୌଣସି ଦୁର୍ଘଟଣାରେ ଆହତଙ୍କୁ ଆବଶ୍ୟକୀୟ ସେବା ପ୍ରଦାନ କରିବା।
ଫାଉଣ୍ଡେସନର ସହାୟତା ପାଇଁ ୯୯୩୮୫୪୦୦୯୬ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି। ଖବରକାଗଜଟି ସାରା ଓଡ଼ିଶାରେ ପ୍ରଚାରିତ ହେବା ସହ ସତ୍ୟ ଖବର ପରିବେଷଣ ଏବଂ ସମାଜରେ ଘଟୁଥିବା ବିଭିନ୍ନ ଦୁର୍ନୀତିର ପର୍ଦ୍ଦାଫାଶ କରିବ। ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ପାଇଁ ପ୍ରତି ଜିଲ୍ଲାରେ 'ସତମାର୍ଗ' ଅଭିଯୋଗ ପ୍ରକୋଷ୍ଠ କରାଯିବ, ଯାହାର ଟୋଲ ଫ୍ରି ନମ୍ବର ୭୦୦୮୬୯୧୪୨୭ ରଖାଯାଇଛି।
What's Your Reaction?