ନାଗାବଳୀର ପ୍ରଖର ସ୍ରୋତରେ ଫସିଲା ଟ୍ରାକ୍ଟର, ଭରାନଈ ମଧ୍ୟରେ ଦୀର୍ଘ ସମୟ ଆତଙ୍କ

Jul 30, 2026 - 00:18
Jul 30, 2026 - 00:20
 0  58
ନାଗାବଳୀର ପ୍ରଖର ସ୍ରୋତରେ ଫସିଲା ଟ୍ରାକ୍ଟର, ଭରାନଈ ମଧ୍ୟରେ ଦୀର୍ଘ ସମୟ ଆତଙ୍କ

Click here to watch Video

ରାୟଗଡ଼ା (ଓ ଏନ ଟି) : ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅନ୍ତର୍ଗତ ଇମାଲିଗୁଡା ନିକଟସ୍ଥ ନାଗାବଳୀ ନଦୀରେ ଏକ ବଡ଼ଧରଣର ଦୁର୍ଘଟଣା ଅଳ୍ପକେ ଟଳିଯାଇଛି। ଚାଷକାମ ସାରି ଫେରୁଥିବା ବେଳେ ଭରା ନଦୀରେ ଏକ ଟ୍ରାକ୍ଟର ହଠାତ୍ ବଢ଼ିପାଣି ସ୍ରୋତରେ ଫସିଯାଇଥିଲା, ଯାହାଫଳରେ ଟ୍ରାକ୍ଟର ଚାଳକ ପ୍ରକାଶ ପେଦାଣ୍ଟି ଏବଂ ତାଙ୍କର ଜଣେ ସମ୍ପର୍କୀୟ ନାବାଳକ ପୁତୁରା ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସେମାନେ ନଦୀ ପାର୍ ହୋଇ ଚାଷକାମ ପାଇଁ ଯାଇଥିବାବେଳେ ଫେରିବା ସମୟରେ ହଠାତ୍ ନଦୀରେ ପ୍ରବଳ ଜଳପ୍ରବାହ ଚାଲିଆସିଥିଲା। କୌଣସି ପ୍ରକାରେ ଟ୍ରାକ୍ଟରଟିକୁ ସ୍ରୋତରେ ଭାସିଯିବାରୁ ଅଟକାଇ ଚାଳକ ଓ ନାବାଳକ ଜଣକ ଦୀର୍ଘ ଘଣ୍ଟା ଧରି ଭରାନଈ ମଧ୍ୟରେ ଆତଙ୍କିତ ଅବସ୍ଥାରେ ଅଟକି ରହିଥିଲେ। ପରେ ସ୍ଥାନୀୟ ଗ୍ରାମବାସୀମାନେ ତତ୍ପରତା ପ୍ରକାଶ କରି ସେମାନଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରିଥିଲେ।

ତେବେ ଇମାଲିଗୁଡା ନିକଟରେ ନାଗାବଳୀ ନଦୀ ଅପରପାର୍ଶ୍ୱରେ ଅନେକ ଗାଁ ଓ ଚାଷଜମି ରହିଥିବାରୁ, ବର୍ଷାଦିନେ ଲୋକଙ୍କୁ ଏଭଳି ପ୍ରାଣାନ୍ତକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡୁଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ନଦୀ ଉପରେ ଏକ ସ୍ଥାୟୀ ପୋଲ ନିର୍ମାଣ କରାଗଲେ ଆଖପାଖର ପ୍ରାୟ ୧୦ଖଣ୍ଡ ଗ୍ରାମର ଲୋକେ ବିପଦମୁକ୍ତ ହୋଇ ଉପକୃତ ହୋଇପାରିବେ ବୋଲି ସାଧାରଣରେ ଦାବି ହେଉଛି।

What's Your Reaction?

like

dislike

love

funny

angry

sad

wow