ଅବିଭକ୍ତ କେବିକେ ଶକ୍ତି ଉତ୍ତୋଳନ ଓ ଓପନ ବ୍ୟଞ୍ଚ ପ୍ରେସ ପ୍ରତିଯୋଗିତା ୨୦୨୬ ଉଦ୍‌ଯାପିତ ।

Aug 11, 2026 - 15:47
 0  37
ଅବିଭକ୍ତ କେବିକେ ଶକ୍ତି ଉତ୍ତୋଳନ ଓ ଓପନ ବ୍ୟଞ୍ଚ ପ୍ରେସ ପ୍ରତିଯୋଗିତା ୨୦୨୬ ଉଦ୍‌ଯାପିତ ।

ରାୟଗଡ଼ା  (ଓ ଏନ୍ ଟି) : ରାୟଗଡ଼ା ଜିଲ୍ଲା ଗୁଣୁପୁର ସ୍ଥିତ ଲକ୍ଷ୍ମୀ ନୃସିଂହ କଲ୍ୟାଣ ମଣ୍ଡପଠାରେ ଦୁଇ ଦିନ ଧରି ଅନୁଷ୍ଠିତ ଅବିଭକ୍ତ କେବିକେ ଶକ୍ତି ଉତ୍ତୋଳନ ଏବଂ ଓପନ ବ୍ୟଞ୍ଚ ପ୍ରେସ ପ୍ରତିଯୋଗିତା-୨୦୨୬ ସଫଳତାର ସହ ଉଦ୍‌ଯାପିତ ହୋଇଯାଇଛି। ୩୬୫ ଡେଜ୍ ଜିମ୍'ର ମାଲିକ ପି. ସନ୍ତୋଷ କୁମାରଙ୍କ ଆନୁକୂଲ୍ୟରେ ଏବଂ ରାୟଗଡ଼ା ଜିଲ୍ଲା ଶକ୍ତି ଉତ୍ତୋଳନ ସଂଘର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ପ୍ରତିଯୋଗିତା ପରିଚାଳିତ ହୋଇଥିଲା।

ଗତ ଅଗଷ୍ଟ ୮ ଏବଂ ୯ ତାରିଖ ଦୁଇ ଦିନ ଧରି ଏହି କ୍ରୀଡ଼ା ଅବିରତ ଭାବେ ଚାଲିଥିଲା। ଅବିଭକ୍ତ କେବିକେ ଅଞ୍ଚଳର ୮ଟି ଜିଲ୍ଲା ରାୟଗଡ଼ା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର ଏବଂ ସୁବର୍ଣ୍ଣପୁରରୁ ମୋଟ ୧୭୨ ଜଣ ପ୍ରତିଯୋଗୀ ଏଥିରେ ଅଂଶଗ୍ରହଣ କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ।

ସ୍ଥାନୀୟ ବିଧାୟକ ସତ୍ୟଜିତ ଗୋମଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କ୍ରୀଡ଼ା ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। ପ୍ରତିଯୋଗିତାର ବିଭିନ୍ନ ବିଭାଗରେ ବିଜୟୀ ହୋଇଥିବା ପ୍ରତିଭାବାନ ଖେଳାଳିମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉଦ୍‌ଯାପନୀ ଉତ୍ସବରେ ଗୁଣୁପୁରର ଉପଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମସ୍ତ ଟାଇଟଲ୍ ବିଜେତା ଓ କୃତି ଖେଳାଳିମାନଙ୍କୁ ମାନପତ୍ର, ଟ୍ରଫି ଏବଂ ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରିଥିଲେ।

ଷ୍ଟ୍ରଙ୍ଗ ମେନ୍ ଅଫ୍ କେବିକେ ଭାବେ ରାୟଗଡ଼ା ଜଗତ ଜନନୀ କ୍ଲବ ର ତେଜାବ କୁମାର ସୁନା, ‎ଷ୍ଟ୍ରଙ୍ଗ ଉମେନ୍ ଅଫ୍ କେବିକେ ଭାବେ ଜ୍ୟୋତି ଖୁରା, ଷ୍ଟ୍ରଙ୍ଗ ମେନ୍ ଅଫ୍ ବେଞ୍ଚ ପ୍ରେସ ଭାବେ ରାୟଗଡ଼ା ର ଆର. ପୱନ୍, ଷ୍ଟ୍ରଙ୍ଗ ଉମେନ୍ ଅଫ୍ ବେଞ୍ଚ ପ୍ରେସ ଭାବେ ରାୟଗଡ଼ା ର ପିଙ୍କି ହୁଇକା, ଷ୍ଟ୍ରଙ୍ଗ ମେନ୍ ଅଫ୍ ମାଷ୍ଟର ଭାବେ କୋରାପୁଟ ଜିଲ୍ଲା ଏ.ଏସ୍.ଆଇ., ଓଡ଼ିଶା ପୋଲିସ ର ବାବୁଲା ସାମଲ, ବେଷ୍ଟ ଲିଫ୍ଟର ଭାବେ କୋରାପୁଟ ଜିଲ୍ଲା ଓଡ଼ିଶା ପୋଲିସ ର ମାଇକେଲ ମାଣ୍ଡିଆ ପ୍ରମୁଖ ସମ୍ମାନିତ ହୋଇଥିଲେ । ଏହି ପ୍ରତିଯୋଗିତାକୁ ରାୟଗଡ଼ା ଜିଲ୍ଲା ଶକ୍ତି ଉତ୍ତୋଳନ ସଂଘର ସାଧାରଣ ସମ୍ପାଦକ ସଦାଶିବ ତ୍ରିପାଠୀ, ଉପସଭାପତି ବୃନ୍ଦାବନ ପାଲାକା, ସମୀର ରାଜା, ବିତିବି ରାବଣା ମୂର୍ତ୍ତି, ଦୋରା କଣ୍ଡାଗୋରି, ବିଶିକେଷଣ ଛତ୍ରିଆ, ପଦ୍ମ ଚରଣ ପଣ୍ଡା, ରମେଶ ଚନ୍ଦ୍ର ବିଡିକା ଏବଂ ରବି ନାରାୟଣ ନାୟକ ପ୍ରମୁଖ ଅଫିସିଆଲ୍ ଭାବେ ସଫଳତାର ସହ ପରିଚାଳନା କରିଥିଲେ।

What's Your Reaction?

like

dislike

love

funny

angry

sad

wow