କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକାଙ୍କୁ 'ସଂସଦ ରତ୍ନ ପୁରସ୍କାର ୨୦୨୬'
ରାୟଗଡ଼ା (ଓ ଏନ୍ ଟି) : କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲାକାଙ୍କୁ ପ୍ରତିଷ୍ଠିତ 'ସଂସଦ ରତ୍ନ ପୁରସ୍କାର ୨୦୨୬' ରେ ସମ୍ମାନିତ କରାଯାଇଛି।
ଗ୍ରାମାଞ୍ଚଳ ବିକାଶ ଓ ପଞ୍ଚାୟତ ରାଜ ସଂସଦୀୟ ସ୍ଥାୟୀ କମିଟିର ଅଧ୍ୟକ୍ଷ ଭାବେ ତାଙ୍କର ଉତ୍କୃଷ୍ଟ କାର୍ଯ୍ୟଦକ୍ଷତା ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି।
ଏହି ସଫଳତା ପରେ ସାଂସଦ ଶ୍ରୀ ଉଲାକା ଏକାନ୍ତ ଖୁସି ବ୍ୟକ୍ତ କରିବା ସହ କମିଟିର ସମସ୍ତ ସଦସ୍ୟ ଏବଂ ଅଧିକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ବିଶେଷ ଭାବରେ କୋରାପୁଟର ଜନସାଧାରଣଙ୍କ ପ୍ରତି ଗଭୀର କୃତଜ୍ଞତା ଜ୍ଞାପନ କରି କହିଛନ୍ତି ଯେ, ପାର୍ଲାମେଣ୍ଟରେ ସେମାନଙ୍କର ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିବା ତାଙ୍କ ପାଇଁ ଏକ ବଡ଼ ଗୌରବର କଥା।
What's Your Reaction?