ବାଇକ୍ ଚୋରି ରାକେଟ୍‌ର ପର୍ଦ୍ଦାଫାଶ, ୩ଟି ଗାଡ଼ି ଜବତ ସହ ନାବାଳକ ଅଟକ

Rayagada - Bike Theft Racket Busted

Jul 23, 2026 - 19:59
 0  111
ବାଇକ୍ ଚୋରି ରାକେଟ୍‌ର ପର୍ଦ୍ଦାଫାଶ, ୩ଟି ଗାଡ଼ି ଜବତ ସହ ନାବାଳକ ଅଟକ

ରାୟଗଡ଼ା (ଓ ଏନ ଟି) : ଚୋରି ମାମଲାରେ ପୋଲିସକୁ ବଡ଼ ସଫଳତା ମିଳିଛି। ୩ଟି ମଟରସାଇକେଲ୍ ଜବତ କରାଯିବା ସହ ଜଣେ ନାବାଳକକୁ ଅଟକ ରଖି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରାଯାଇଛି। ରାୟଗଡ଼ା ଥାନା ଓ ଚନ୍ଦିଲି ଥାନା ଅଞ୍ଚଳରେ ଘଟିଥିବା ବାଇକ୍ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ନିର୍ଭରଯୋଗ୍ୟ ସୂଚନା ଏବଂ ସଫଳ ଚଢ଼ାଉ ଆଧାରରେ ପୋଲିସ ମୋଟ ୩ଟି ମଟରସାଇକେଲ୍ ଜବତ କରିବାରେ ସଫଳ ହୋଇଛି।

ଏହି ଘଟଣାରେ ଜଣେ ନାବାଳକକୁ ଅଟକ ରଖାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ମାନ୍ୟବର ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରାଯାଇଛି। ରାୟଗଡ଼ା ଥାନା କେସ୍ ନମ୍ବର ୨୭୦/୨୬ ଓ ଚନ୍ଦିଲି ଥାନା କେସ୍ ନମ୍ବର ୧୨୫ ରେ ମାମଲା ରୁଜୁ ହୋଇଥିଲା । ଏହି ଗାଡ଼ି ଚୋରି ରାକେଟ୍‌ରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେନେଇ ପୋଲିସ ପକ୍ଷରୁ ବର୍ତ୍ତମାନ ଅଧିକ ତଦନ୍ତ ଜାରି ରହିଛି।

What's Your Reaction?

like

dislike

love

funny

angry

sad

wow