ରାୟଗଡ଼ା ରେଳବାଇ ଷ୍ଟେସନରେ ‘ୱାନ୍ ଷ୍ଟେସନ୍ ୱାନ୍ ପ୍ରୋଡକ୍ଟ’ ଷ୍ଟଲ୍, ପ୍ରଦର୍ଶିତ ହେବ ଭିନ୍ନକ୍ଷମ କାରିଗରଙ୍କ ମାଟିଶିଳ୍ପ

Oct 24, 2026 - 21:51
 0  128
ରାୟଗଡ଼ା ରେଳବାଇ ଷ୍ଟେସନରେ ‘ୱାନ୍ ଷ୍ଟେସନ୍ ୱାନ୍ ପ୍ରୋଡକ୍ଟ’ ଷ୍ଟଲ୍, ପ୍ରଦର୍ଶିତ ହେବ ଭିନ୍ନକ୍ଷମ କାରିଗରଙ୍କ ମାଟିଶିଳ୍ପ

ରାୟଗଡ଼ା (ଓ ଏନ୍ ଟି) : ସ୍ଥାନୀୟ ହସ୍ତଶିଳ୍ପର ପ୍ରଚାର ପ୍ରସାର ଏବଂ ପାରମ୍ପରିକ କାରିଗରମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ରାୟଗଡ଼ା ରେଳବାଇ ଷ୍ଟେସନରେ 'ୱାନ୍ ଷ୍ଟେସନ୍ ୱାନ୍ ପ୍ରୋଡକ୍ଟ' ଷ୍ଟଲ୍‌ର ଆନୁଷ୍ଠାନିକ ଉଦ୍‌ଘାଟନ ହୋଇଯାଇଛି। ଭାରତ ସରକାରଙ୍କ ଏମ୍.ଏସ୍.ଏମ୍.ଇ ମନ୍ତ୍ରଣାଳୟର ପ୍ରଧାନମନ୍ତ୍ରୀ ବିଶ୍ୱକର୍ମା ଯୋଜନା ଅଧୀନରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଆକାଂକ୍ଷୀ ଜିଲ୍ଲା ରାୟଗଡ଼ାର ଜଣେ ଭିନ୍ନକ୍ଷମ କାରିଗର ତାଲାଭାଲାସା ଶ୍ରୀନିବାସ, ଯିଏକି ପିଏମ୍ ବିଶ୍ୱକର୍ମା ଯୋଜନା ଅଧୀନରେ ମାଟିପାତ୍ର ଓ ହସ୍ତଶିଳ୍ପ ବ୍ୟବସାୟ ସହ ଜଡ଼ିତ, ତାଙ୍କ ଦ୍ୱାରା ନିର୍ମିତ ହାତତଆରି ମାଟିପାତ୍ର ଏବଂ ସାମଗ୍ରୀଗୁଡ଼ିକ ଏହି ଷ୍ଟଲ୍‌ରେ ସ୍ଥାନ ପାଇଛି। ସ୍ଥାନୀୟ କାରିଗରମାନଙ୍କ ପାଇଁ ବଜାର ସୁବିଧା ବୃଦ୍ଧି କରିବା ଏବଂ "ଭୋକାଲ୍ ଫର୍ ଲୋକାଲ୍" ର ସଂକଳ୍ପକୁ ଆଗକୁ ନେବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। 

‎ଏହି ଉଦ୍‌ଘାଟନୀ ସମାରୋହରେ ରାୟଗଡ଼ା ଷ୍ଟେସନ୍ ମ୍ୟାନେଜର ନନ୍ଦ ପାଠକ, କମର୍ସିଆଲ୍ ଇନ୍ସପେକ୍ଟର ଅମିତ କୁମାର, ରାୟଗଡ଼ା ଡି.ଆଇ.ସି ର ଅବସରପ୍ରାପ୍ତ ସହକାରୀ ମ୍ୟାନେଜର ସବ୍ୟସାଚୀ ସାହୁ, ରାୟଗଡ଼ା ଏମ୍.ଏସ୍.ଏମ୍.ଇ ଡି ଏଫ୍ ଓ ର ସହକାରୀ ନିର୍ଦ୍ଦେଶକ ଶ୍ରୀ ଏନ୍. କେ. ରତ୍ନମ୍, କଟକ ଏମ୍.ଏସ୍.ଏମ୍.ଇ ଡି ଏଫ୍ ଓ ର ସହକାରୀ ନିର୍ଦ୍ଦେଶକ ଶ୍ରୀ ଅଭିପ୍ସିତ କୁମାର, ରାୟଗଡ଼ା ଶାଖା ଏମ୍.ଏସ୍.ଏମ୍.ଇ ଡି ଏଫ୍ ଓ ର ସହକାରୀ ନିର୍ଦ୍ଦେଶିକା ମିସ୍ ନିବେଥା, ଭାରତ ସରକାରଙ୍କ ଏମ୍.ଏସ୍.ଏମ୍.ଇ ମନ୍ତ୍ରଣାଳୟ, ପିଏମ୍ ବିଶ୍ୱକର୍ମାର ଏସ୍ ଏଲ୍ ପି ଏମ୍ ୟୁ ମିସ୍ ସମାପ୍ତିକା ମହାପାତ୍ର, ଏବଂ ଆର୍ ଏ ଏମ୍ ପି ର କନ୍‌ସଲ୍‌ଟାଣ୍ଟ ଅନୁରାଗ ଅଂଶୁମାନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ରାୟଗଡ଼ା ଭଳି ଆକାଂକ୍ଷୀ ଜିଲ୍ଲାରେ ସ୍ଥାନୀୟ କାରିଗରମାନଙ୍କୁ ସଶକ୍ତ କରିବା, ପାରମ୍ପରିକ ମାଟିଶିଳ୍ପକୁ ବଞ୍ଚାଇ ରଖିବା ଏବଂ ସ୍ଥାୟୀ ଜୀବିକା ସୁଯୋଗ ସୃଷ୍ଟି କରିବା ଦିଗରେ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

What's Your Reaction?

like

dislike

love

funny

angry

sad

wow