ରାୟଗଡ଼ା ଜିଲ୍ଲାର ବିଭିନ୍ନ ବର୍ଷା ମାପକ କେନ୍ଦ୍ର ଅନୁସାରେ ହୋଇଥିବା ବର୍ଷାର ପରିମାଣ

Rayagada District Rainfall (in Last 24 hrs) report on Date 28-07-26

Jul 28, 2026 - 11:08
 0  149
ରାୟଗଡ଼ା ଜିଲ୍ଲାର ବିଭିନ୍ନ ବର୍ଷା ମାପକ କେନ୍ଦ୍ର ଅନୁସାରେ ହୋଇଥିବା ବର୍ଷାର ପରିମାଣ

ରାୟଗଡ଼ା (ଓ ଏନ୍ ଟି) : ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିବା ବେଳେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଯୋଗୁଁ ଜନଜୀବନ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଥିବାବେଳେ ରେଳ ଧାରଣା ଉପରେ ବର୍ଷାଜଳ ପ୍ରବାହିତ ହେବାରୁ କିଛି ସମୟ ପାଇଁ ଟ୍ରେନ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା। ଆଜି ପ୍ରକାଶିତ ହୋଇଥିବା ଜିଲ୍ଲା ବର୍ଷା ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ରାୟଗଡ଼ା ଜିଲ୍ଲାରେ ମୋଟ ୩୯୪.୫ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ହାରାହାରି ବର୍ଷା ପରିମାଣ ୩୫.୮୬ ମିମି ରହିଛି। ଜିଲ୍ଲାର କାଶୀପୁର ବ୍ଲକରେ ସର୍ବାଧିକ ୬୯.୩ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ରାୟଗଡ଼ା ବ୍ଲକରେ ୬୦.୮ ମିମି, କୋଲନରା ବ୍ଲକରେ ୨୩.୪ ମିମି, କଲ୍ୟାସିଂହପୁର ବ୍ଲକରେ ୩୯.୪ ମିମି, ଗୁଣୁପୁର ବ୍ଲକରେ ୧୯.୦ ମିମି, ପଦ୍ମପୁର ବ୍ଳକରେ ୬୦.୧ ମିମି, ଗୁଡ଼ାରି ବ୍ଲକରେ ୪୨.୪ ମିମି, ରାମାନାଗୁଡା ବ୍ଲକରେ ୩୩.୪ ମିମି, ବିଷମକଟକ ବ୍ଲକରେ ୧୯.୨ ମିମି, ମୁନିଗୁଡ଼ା ବ୍ଲକରେ ୨୦.୫ ମିମି ଓ ଚନ୍ଦ୍ରପୁର ବ୍ଲକରେ ୭.୦ ମିମି ବର୍ଷା ହୋଇଥିବା ସୂଚନା ମିଳିଛି। ଜିଲ୍ଲାରେ ଲାଗି ରହିଥିବା ଏହି ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଦେଖାଦେଇଥିବାବେଳେ ଜନସାଧାରଣଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି।

What's Your Reaction?

like

dislike

love

funny

angry

sad

wow