ଅବୈଧ ବିବାହରୁ ଜନ୍ମିତ ସନ୍ତାନ ପାଇପାରିବେ ପୈତୃକ ସମ୍ପତ୍ତିରୁ ଭାଗ : ସୁପ୍ରିମକୋର୍ଟ

ଓ.ଏନ.ଟି ବ୍ୟୁରୋ : ସୁପ୍ରିମକୋର୍ଟ ଶୁକ୍ରବାର ଗୁରୁତ୍ବପୂର୍ଣ୍ଣ ରାୟ ଦେଇଛନ୍ତି। ଅବୈଧ ବିବାହରୁ ଜନ୍ମିତ ସନ୍ତାନଙ୍କୁ ବୈଧ କୁହାଯିବ ବୋଲି ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ଖଣ୍ଡପୀଠ କହିଛନ୍ତି। ଏମାନେ ପୈତୃକ ସମ୍ପତ୍ତିରୁ ଭାଗ ପାଇପାରିବେ। ବୈଧ ସନ୍ତାନ ପରି ବାପାମାଆଙ୍କ ଅର୍ଜିତ ଏବଂ ପୈତୃକ ସମ୍ପତ୍ତିରେ ଅବୈଧ ବିବାହରୁ ଜନ୍ମିତ ସନ୍ତାନଙ୍କ ମଧ୍ୟ ସମାନ ଅଧିକାର ରହିଛି। ଏଭଳି ମାମଲାରେ ଝିଅ ବି ସମ୍ପତ୍ତିରୁ ସମାନ ଭାଗ ପାଇପାରିବେ। ହିନ୍ଦୁ ବିବାହ ଆଇନ, ୧୯୫୫ ଅନୁଯାୟୀ କୌଣସି ବିବାହକୁ ୨ଟି ଆଧାରରେ ବେଆଇନ ଧରା ଯାଇଥାଏ। ହିନ୍ଦୁ ଉତ୍ତରାଧିକାର ଆଇନ ଆଧାରରେ ଅବୈଧ ବିବାହରୁ ଜନ୍ମିତ ସନ୍ତାନ ବାପାମାଆଙ୍କ ସମ୍ପତ୍ତି ଉପରେ ଦାବି କରିପାରିବେ। ତେବେ କୋର୍ଟ କହିଛନ୍ତି ଯେ ହିନ୍ଦୁ ମିତାକ୍ଷରା ଆଇନ ଅନୁଯାୟୀ ଯୌଥ ହିନ୍ଦୁ ପରିବାରର ସମ୍ପତ୍ତି ଉପରେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ୨୦୧୧ରେ ହିନ୍ଦୁ ବିବାହ ଆଇନର ଧାରା ୧୬(୩)କୁ ବିରୋଧ କରି ଆଗତ ମାମଲା ଉପରେ ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି।
What's Your Reaction?






