ଆଜିଠୁ ସଂସଦର ସ୍ୱତନ୍ତ୍ର ଅଧିବେଶନ

ବ୍ୟୁରୋ (ଓ.ଏନ.ଟି) : ଆଜିଠାରୁ ସଂସଦର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନ ମୋଦୀ ସରକାର କାଳର ଦ୍ବିତୀୟ ସ୍ବତନ୍ତ୍ର ଅଧିବେଶନ ହୋଇଥିବା ବେଳେ ଏହାକୁ ନେଇ ରାଜନୀତିକ ମହଲ ସରଗରମ ହୋଇପଡ଼ିଛି। ବିଶେଷକରି କେଉଁ ଉଦ୍ଦେଶ୍ୟ ରଖି କେନ୍ଦ୍ର ସରକାର ଏହି ଅଧିବେଶନ ଡକାଇଛନ୍ତି ତାହା ଏବେ ସବୁ ରାଜନୈତିକ ଦଳ ମଧ୍ୟରେ ଗୁଞ୍ଜରଣ ସୃଷ୍ଟି କରିଛି। ଯଦିଓ ଏହି ସ୍ବତନ୍ତ୍ର ଅଧିବେଶନର କାର୍ଯ୍ୟସୂଚୀ ସମ୍ପର୍କରେ ଉଭୟ ଗୃହ ପକ୍ଷରୁ ଗତ ବୁଧବାର ସୂଚନା ଦିଆଯାଇସାରିଛି; ତଥାପି ଏହି ଅଧିବେଶନରେ କେନ୍ଦ୍ରର କିଛି ଗୁପ୍ତ ଏଜେଣ୍ଡା ଥାଇପାରେ ବୋଲି ବିରୋଧୀ ଦଳଗୁଡିକ ପକ୍ଷରୁ ଆକଳନ କରାଯାଉଛି। ଯାହାକୁ ନେଇ ଏବେ ବିଭିନ୍ନ ଦଳ ମଧ୍ୟରେ ଆଲୋଚନା-ପର୍ଯ୍ୟାଲୋଚନା ଚାଲିଛି।
What's Your Reaction?






