ଇମ୍ଫାରେ କୃତ୍ରିମ ବୁଦ୍ଧିମତ୍ତା ଆଧାରିତ କ୍ୟାମେରା ପ୍ରକଳ୍ପ ଉଦ୍ଘାଟିତ

Jan 18, 2025 - 22:16
 0  6
ଇମ୍ଫାରେ କୃତ୍ରିମ ବୁଦ୍ଧିମତ୍ତା ଆଧାରିତ କ୍ୟାମେରା ପ୍ରକଳ୍ପ ଉଦ୍ଘାଟିତ

ରାୟଗଡ଼ା, (ଓଏନଟି) : ରାୟଗଡ଼ା ଜିଲ୍ଲାରେ ପ୍ରତଷ୍ଠିତ ଥେରୁବାଲି ସ୍ଥିତ ଇମ୍ଫା କାରଖାନା ପରିସରରେ ଆଚରଣ-ଆଧାରିତ ସୁରକ୍ଷାରେ କୃତ୍ରିମ ବୁଦ୍ଧିମତ୍ତା ସମ୍ପର୍ଣ୍ଣ ବୈଷୟିକ ଜ୍ଞାନ କୌଶଳକୁ ଉପଯୋଗ କରି ଓଡିଶା ସରକାରଙ୍କ କାରଖାନା ଓ ଵାଷ୍ପିତ ନିର୍ଦ୍ଦେଶାଳୟଙ୍କ ନିର୍ଦ୍ଦେଶାନୁସାରେ କୃତ୍ରିମ ବୁଦ୍ଧିମତ୍ତା ଆଧାରିତ କ୍ୟାମେରା କାର୍ଯ୍ୟକ୍ଷମ କରାଯାଇଛି।

ଏହି କାର୍ଯ୍ୟକ୍ରମକୁ କାରଖାନା ଏବଂ ବଏଲର ବିଭାଗର ରାୟଗଡ଼ା ଉପନିର୍ଦ୍ଦେଶ ଇଂ.ଚିତ୍ତରଞ୍ଜନ ବେଉରାଙ୍କ ଦ୍ଵାରା ଉଦଘାଟିତ ହୋଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମର ସମ୍ମାନିତ ଅତିଥି ଭାବେ କାରଖାନା ଏବଂ ବଏଲର ବିଭାଗର ରାୟଗଡ଼ା  ସହକାରୀ ନିର୍ଦ୍ଦେଶକ ଇଂ.ବିନିତ ସାରଙ୍ଗୀ  ସେହିପରି ଥେରୁବାଲି ସ୍ଥିତ ଇମ୍ଫା କାରଖାନାର ଉପସଭାପତି ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ  ଇଂ ଅଶୀଷ୍ କୁମାର ରାୟଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମ ସଫଳତାର ସହ ସମ୍ପର୍ଣ୍ଣ ହୋଇଥିଲା।

ଓଡ଼ିଶାରେ ପ୍ରଥମ ଥର ପାଇଁ ନିରନ୍ତର ଉତ୍ପାଦନ ଭିତ୍ତିକ ଶିଳ୍ପ କ୍ଷେତ୍ରରେ ଶୂନ୍ୟ ଦୁର୍ଘଟଣାର ଲକ୍ଷ୍ୟ ନେଇ ସୁରକ୍ଷା ପ୍ରତି ସମ୍ବେଦନଶୀଳତା ର ଅଗ୍ରଦୂତ ଭାବେ ଇମ୍ଫାର ଏହି ଅଭିନବ ପ୍ରୟାସ ଔଦ୍ୟୋଗିକ ନିର୍ବାପନ ସୁରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟି ସ୍ଥାପନ କରିବା ସହ କର୍ମଚାରୀଙ୍କ ସୁରକ୍ଷାକୁ ଗୁରୁତ୍ଵ ମନୋଭାବ ପାଇଁ ସମସ୍ତ ଶ୍ରମିକ ଓ କର୍ମଚାରୀଙ୍କ ମଧ୍ୟରେ ବ୍ୟବହାରିକ ପରିବର୍ତ୍ତନ ଆଣିବା ନେଇ ଆଶା ସଂଚାର ହୋଇଛି।

What's Your Reaction?

like

dislike

love

funny

angry

sad

wow