ଇସ୍ରୋ : ଖୁବ ଶୀଘ୍ର ସ୍ଲିପ୍ ମୋଡ୍ କୁ ଯିବେ ରୋଭର ପ୍ରଜ୍ଞାନ

Sep 2, 2023 - 16:33
Sep 2, 2023 - 16:34
 0  14
ଇସ୍ରୋ : ଖୁବ ଶୀଘ୍ର  ସ୍ଲିପ୍ ମୋଡ୍  କୁ ଯିବେ ରୋଭର ପ୍ରଜ୍ଞାନ

ଓ.ଏନ.ଟି ବ୍ୟୁରୋ : ଖୁବ ଶୀଘ୍ର "ସ୍ଲିପ୍‌ ମୋଡ୍‌" କୁ ଯିବେ ରୋଭର ପ୍ରଜ୍ଞାନ ଏବଂ ଲ୍ୟାଣ୍ଡର୍‌ ବିକ୍ରମ। ଏ ସମ୍ପର୍କରେ ଭାରତୀୟ ଗବେଷଣା ସଂସ୍ଥା ମୁଖ୍ୟ ଏସ.ସୋମନାଥ। ଏନେଇ ଇସ୍ରୋ ମୁଖ୍ୟ କହିଛନ୍ତି ଯେ ଚନ୍ଦ୍ରାୟାନ-୩ ଅଭିଯାନରେ ବ୍ୟବହୃତ ହୋଇଥିବା "ରୋଭର ପ୍ରଜ୍ଞାନ" ଏବଂ "ଲ୍ୟାଣ୍ଡର୍‌ ବିକ୍ରମ" ଠିକ୍‌ ରୂପେ କାମ କରୁଛନ୍ତି। "ରୋଭର ପ୍ରଜ୍ଞାନ", "ଲ୍ୟାଣ୍ଡର୍‌ ବିକ୍ରମ" ଠାରୁ ପ୍ରାୟ ୧୦୦ ମିଟର ଦୂରତା ଅତିକ୍ରମ କରିସାରିଥିବା ନେଇ ଜଣାଇଛି ଇସ୍ରୋ।

ଚନ୍ଦ୍ରାୟାନ-୩ ଅଭିଯାନ ସମ୍ପର୍କରେ ମିଳିଥିବା ସଦ୍ୟତମ ଖବର ଅନୁଯାୟୀ "ରୋଭର ପ୍ରଜ୍ଞାନ" ଏବଂ "ଲ୍ୟାଣ୍ଡର୍‌ ବିକ୍ରମ" କୁ "ସ୍ଲିପ୍‌ ମୋଡ୍‌" କରାଯିବ। ଏହି ପ୍ରକ୍ରିୟା ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ ଆରମ୍ଭ ହେବ। କାରଣ ଆଗାମୀ ସମୟରେ ଚନ୍ଦ୍ରପୃଷ୍ଠରେ ରାତି ହେବାକୁ ଯାଉଛି।

ଭାରତୀୟ ଗବେଷଣା ସଂସ୍ଥା ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଚନ୍ଦ୍ରାୟନ-୩ ଅଭିଯାନରେ ଏକ ଗୁରୁତ୍ୱପୂର୍ଣ୍ଣ ଉପଲବ୍ଧି ହାସଲ କରିଛି। ଅଭିଯାନର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ "ରୋଭର ପ୍ରଜ୍ଞାନ" ଚନ୍ଦ୍ର ପୃଷ୍ଠରେ ୧୦୦ ମିଟର ଦୂରତା ଅତିକ୍ରମ କରି ଏକ ଚମତ୍କାର ସଫଳତା ହାସଲ କରିଛି। ଏବେ ଉଭୟ "ରୋଭର ପ୍ରଜ୍ଞାନ" ଏବଂ "ଲ୍ୟାଣ୍ଡର୍‌ ବିକ୍ରମ", "ସ୍ଲିପ୍‌ ମୋଡ୍‌" କୁ ଚାଲିଯିବେ। କାରଣ ଏବେ ଚନ୍ଦ୍ର ପୃଷ୍ଠରେ ସୂର୍ଯ୍ୟ କିରଣ କମିବାକୁ ଯାଉଛି। ଅର୍ଥାତ ଚନ୍ଦ୍ରରେ ଏବେ ରାତି ହେବାକୁ ଯାଉଛି। ଚନ୍ଦ୍ରୟାନ-୩ ଅଭିଯାନରେ ସାମିଲ ହୋଇଥିବା "ରୋଭର ପ୍ରଜ୍ଞାନ" ଏବଂ "ଲ୍ୟାଣ୍ଡର୍‌ ବିକ୍ରମ" ଚନ୍ଦ୍ର ପୃଷ୍ଠରେ ସମ୍ପୂର୍ଣ୍ଣ ଦିନ ବିତାଇଛି। ଆଗକୁ ଚନ୍ଦ୍ର ପୃଷ୍ଠରେ ରାତି ହେବାକୁ ଯାଉଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଚନ୍ଦ୍ରର ଗୋଟିଏ ଦିନ ପୃଥିବୀର ଗୋଟିଏ ଦିନ ସହିତ ସମାନ ନୁହେଁ। ବରଂ ଚନ୍ଦ୍ରର ଗୋଟିଏ ଦିନ ପୃଥିବୀର ପ୍ରାୟ ୨୮ ଦିନ ସହିତ ସମାନ। ପୃଥିବୀର ୧୪ ଦିନ ପର୍ଯ୍ୟନ୍ତ ଚନ୍ଦ୍ରରେ ଦିନ ଏବଂ ପରବର୍ତ୍ତୀ ୧୪ ଦିନ ପାଇଁ ରାତି ହୋଇଥାଏ। ପୃଥିବୀରେ ଉଭୟ ଦିନର ଏବଂ ରାତିର ଅବଧି ହେଉଛି ୧୨ ଘଣ୍ଟା। ଅର୍ଥାତ ପୃଥିବୀରେ ଦିନ ୧୨ ଘଣ୍ଟା ଆଉ ରାତି ୧୨ ଘଣ୍ଟା ହୋଇଥାଏ। ଚନ୍ଦ୍ର ପ୍ରାୟ ୨୭.୩ ଦିନରେ ପୃଥିବୀର ଚାରିପଟେ ନିଜର ପରିକ୍ରମା ସମାପ୍ତ କରିଥାଏ। ଏହି କାରଣରୁ ଚନ୍ଦ୍ରର ଗୋଟିଏ ଦିନ ପୃଥିବୀର ୨୭.୩ ଦିନ ସହିତ ସମାନ ବୋଲି ବିବେଚନା କରାଯାଏ। ଚନ୍ଦ୍ର ଏକ ମନ୍ଥର ଗତିରେ ଘୂର୍ଣ୍ଣନ କରିଥାଏ। ପୃଥିବୀକୁ ପରିକ୍ରମା କରିବା ପାଇଁ ଚନ୍ଦ୍ରକୁ ପ୍ରାୟ ୨୮ ଦିନ ସମୟ ଲାଗିଥାଏ। ପୃଥିବୀ ସୂର୍ଯ୍ୟ ଚାରି ପଟେ ଘୂରିବା ପାଇଁ ମାତ୍ର ୨୪ ଘଣ୍ଟା ସମୟ ନେଇଥାଏ। ଯାହାକୁ ପୃଥିବୀର ଆବର୍ତ୍ତନ ଗତି କୁହାଯାଏ। ଏହି ଗତି ଫଳରେ ପୃଥିବୀରେ ଦିନ ରାତି ହୋଇଥାଏ।

What's Your Reaction?

like

dislike

love

funny

angry

sad

wow