ଉତ୍କଳ ଆଲୁମିନା ପକ୍ଷରୁ ନିରାପତ୍ତା ସପ୍ତାହ ପାଳିତ।

ରାୟଗଡ଼ା (ଓଏନଟି) : ୪୨ତମ ମେଟାଲିଫେରୋସ୍ ମାଇନ୍ସ ସେଫ୍ଟି ୱିକ୍ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡର ବାଫିଲମାଳି ବକ୍ସାଇଟ ଖଣିରେ ୧୧ା୧୧ା୨୦୨୪ରୁ ୨୩ା୧୧ା୨୦୨୪ ପର୍ଯ୍ୟନ୍ତ ଭୁବନେଶ୍ୱର ଅଞ୍ଚଳ ଖଣି ନିରାପତ୍ତା ମହାନିର୍ଦ୍ଦେଶାଳୟ ମାର୍ଗଦର୍ଶନରେ ଆୟୋଜିତ ହେଉଛି ।
‘ଖଣି ନିରାପତ୍ତା ସପ୍ତାହ ଉତ୍ସବ-୨୦୨୪-୨୫’ର ପ୍ରଚାର ଏବଂ ପ୍ରସାର କାର୍ଯ୍ୟକ୍ରମ ମାଇନ୍ସ ହେଡ୍ ଶ୍ରୀ ବିଜୟ କୁମାର ଚୌହାନଙ୍କ ଅଧ୍ୟକ୍ଷତାରେ ଗତ ସମବାର ଦିନ ଉତ୍କଳ ଆଲୁମିନାର ନୂଆପଡା ଟାଉନସିପ୍ କ୍ଲବହାଉସଠାରେ ଆୟୋଜିତ ହୋଇଥିଲା । ଶ୍ରୀ ରବି ନାରାୟଣ ମିଶ୍ର, ୟୁନିଟ ହେଡ୍, ଉତ୍କଳ ଆଲୁମିନା ଏବଂ ଉତ୍କଳ ଆଲୁମିନା ଟିମ୍ର ବରିଷ୍ଠ ନେତୃତ୍ୱଙ୍କ ମାର୍ଗଦର୍ଶନରେ ନିରାପତ୍ତା ସପ୍ତାହ ସଫଳତାର ସହିତ ଆୟୋଜିତ ହୋଇଥିଲା । ଓଡ଼ିଶା ନିରାପତ୍ତା କମିଟି ଉତ୍ସବ ପାଳନ କମିଟିର ଟିମ୍ ସଦସ୍ୟଗଣ- ଶ୍ରୀ ଅଜୟ କୁମାର ମିଶ୍ର, ସେଲ୍; ଶ୍ରୀ ମୋହନ ରେଡ୍ଡି, ଏଏମଏନ୍ଏସ; ଶ୍ରୀ ସଚିଦାନନ୍ଦ ପଣ୍ଡା, ଓଏମ୍ସି ଏବଂ ଶ୍ରୀ ସଇଥଲା ଆପ୍ପାଲାରାଜୁ, ବେଦାନ୍ତ ପ୍ରମୁଖ ଖଣିଗୁଡିକରେ ସେମାନଙ୍କ ଅନୁଧ୍ୟାନ ସମୟରେ ବାଫିଲମାଳି ଖଣି ଟିମ୍ ଦ୍ୱାରା ସର୍ବୋଚ୍ଚ ମାନର ନିରାପତ୍ତା ବଜାୟ ରଖିବା ନିମନ୍ତେ ନିଆଯାଉଥିବା ପ୍ରୟାସଗୁଡିକୁ ଉଚ୍ଚ ପ୍ରଶଂସା କରିଥିଲେ । ଖଣି କର୍ମଚାରୀ, ସେମାନଙ୍କ ପରିବାର ସଦସ୍ୟ ଏବଂ ପିଲାମାନଙ୍କୁ ନିରାପତ୍ତା ସମ୍ପର୍କରେ ସଚେତନ କରାଇବା ସକାଶେ ନାଟକ, ର୍ୟାମ୍ପ ସୋ’, ନୃତ୍ୟ ଆଦି ବହୁବିଧ ନିରାପତ୍ତା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଖଣି କର୍ମଚାରୀଙ୍କ ଦ୍ୱାରା ଆୟୋଜିତ ହୋଇଥିଲା । ଅନୁରୂପ ଭାବରେ ଟ୍ରେଡ ଟେଷ୍ଟ, ପୋଷ୍ଟର, ସ୍ଲୋଗାନ, ପ୍ରବନ୍ଧ ଆଦି ବିଭିନ୍ନ ପ୍ରତିଯୋଗିତା ଏହି ନିରାପତ୍ତା ସପ୍ତାହ ପାଳନ ଅବସରରେ ଆୟୋଜନ କରାଯାଇଥିଲା ଏବଂ ବିଜେତାମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ନିରାପତ୍ତା ସପ୍ତାହ ପାଳନ କାର୍ଯ୍ୟସୂଚୀ ଅନୁଯାୟୀ ଜିଭିଟିସି (ଗ୍ରୁପ୍ ଭୋକେସନାଲ ଟ୍ରେନିଂ ସେଣ୍ଟର) ଏବଂ ଓଏଚ୍ସି (ଅକୁପେସନାଲ ହେଲ୍ଥ ସେଣ୍ଟର) ତଦାରଖ କାର୍ଯ୍ୟ ମାନ୍ୟତାପ୍ରାପ୍ତ ଉପଯୁକ୍ତ କର୍ତ୍ତୃପକ୍ଷଙ୍କଦ୍ୱାରା ବାଫିଲମାଳି ଖଣିରେ ୨୧ ନଭେମ୍ବର, ୨୦୨୪ରେ କରାଯାଇଥିଲା । ସମସ୍ତ ଖଣି କର୍ମଚାରୀ, ଠିକାଦାର କର୍ମଚାରୀ, ପରିବାର ସଦସ୍ୟ ଆଦି ଏହି ସଚେତନତା କାର୍ଯ୍ୟକ୍ରମ ଏବଂ ପୁରସ୍କାର ପ୍ରଦାନ ଉତ୍ସବରେ ନୂଆପଡା କ୍ଲବ ହାଉସ୍, ଉତ୍କଳ ଆଲୁମିନାରେ ଉପସ୍ଥିତ ଥିଲେ ।
What's Your Reaction?






