କୁକୁର କାମୁଡ଼ିବା ପରେ କୁକୁର ଭଳି ଆଚରଣ ଦେଖାଉଛନ୍ତି ଯୁବକ ।

May 22, 2024 - 20:15
May 22, 2024 - 20:23
 0  68
କୁକୁର କାମୁଡ଼ିବା ପରେ କୁକୁର ଭଳି ଆଚରଣ ଦେଖାଉଛନ୍ତି ଯୁବକ ।

Click here to Watch Full Video 

ରାୟଗଡ଼ା (ଓଏନଟି) : କୁକୁର କାମୁଡ଼ିବା ପରେ ଜଣେ ଯୁବକ କୁକୁର ଭଳି ଆଚରଣ ଦେଖାଉଥିବା ଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଅଞ୍ଚଳରେ। ରତନଗୁଡ଼ା ଗ୍ରାମର ହରିପୁର ବ୍ରେଡେକାଙ୍କୁ ଗତ ୫ଦିନ ତଳେ ଏକ ବୁଲା କୁକୁର କାମୁଡ଼ିଦେବା ପରେ ତାଙ୍କୁ ମୁନିଗୁଡ଼ା ଡାକ୍ତରଖାନାକୁ ଆଣି କୁକୁର କାମୁଡ଼ା ଇଞ୍ଜେକ୍ସନ ଦେବା ସହ ଚିକିତ୍ସା କରି ଘରକୁ ନେଇଥିଲେ ପରିବାର ଲୋକେ। ହେଲେ ଏବେ ସେହି ଯୁବକ ଜଣକ କୁକୁର ଭଳି ଆଚରଣ ଦେଖାଉଥିବା ଦେଖୁବାକୁ ମିଳିଛି। ତେଣୁ ପରିବାର ଲୋକେ ପୁଣି ସେହି ଯୁବକଙ୍କୁ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିବା ପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ପାଇଁ ପରାମର୍ଶ ଦେଇଥିବାବେଳେ ପରିବାର ଲୋକେ ଦେଶୀ ପଦ୍ଧତିରେ ଚିକିତ୍ସା କରାଇବା ପାଇଁ ଜିଦ୍ ଧରି ବସିଥିଲେ। ଡାକ୍ତର ଟିମ୍ ଓ ସ୍ଥାନୀୟ ଲୋକେ ବହୁ ବୁଝାବୁଝି କରି ନାକେଦମ୍ ହୋଇଯାଇଥିଲେ | ଶେଷରେ ବାଧ୍ଯ ହୋଇ ଦୀର୍ଘ ସମୟ ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ପଠାଯାଇଛି। ତେବେ ଆଦିବାସୀ ଅଧ୍ଯୁଷିତ ଅଞ୍ଚଳରେ ଆଦିବାସୀ ଲୋକଙ୍କ ମଧ୍ୟରେ ସଚେତନ‌ତା ଅଭାବରୁ ଆଜି ବି ଚେରମୁଳି ଓ ଗୁଣିଗାରେଡ଼ିକୁ ଅଧିକ ବିଶ୍ବାସ କରି ଅଧିକାଂଶ ସମୟରେ ଜୀବନକୁ ବାଜି ଲଗାଉଛନ୍ତି | ଅନ୍ୟପଟେ ଡାକ୍ତରଙ୍କ କହିବା ଅନୁସାରେ ଏଭଳି ଲକ୍ଷଣ ଦୀର୍ଘଦିନ ତଳୁ କୁକୁର କାମୁଡ଼ା ରୋଗୀଙ୍କ ପାଖରେ ଏଭଳି ଦେଖାଦେଇଥାଏ।

What's Your Reaction?

like

dislike

love

funny

angry

sad

wow