କୋତାପେଟାରେ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ

Oct 12, 2023 - 18:36
 0  9
କୋତାପେଟାରେ  ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାୟଗଡା (ଓ.ଏନ.ଟି) : କୋତାପେଟା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମଟି C.R.C.C ମଧୁସୂଦନ ରାଓଙ୍କ ସହଜଗ ଏବଂ ମାଟିକଣା ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଶଶୀଭୂଷଣ ପଟନାୟକ ମହଦୟଙ୍କ ନେତୃତ୍ୱରେ ସୂଚାରୁ ରୁପେ ସମ୍ପାଦିତ ହୋଇଅଛି । ଆୟଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଡ଼ଃ. ରାଜେଶ କୁମାର ପାଢୀ (ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନ ନିର୍ଦ୍ଦେଶକ) ଯୋଗ ଦେଇଥିଲେ ଏବଂ ସମ୍ମାନିତ ଅତିଥି ଭାବେ ଶ୍ରୀ ଶ୍ରୀକାନ୍ତ ପାଣିଗ୍ରାହୀ (ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ) ଯୋଗଦାନ କରି କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ । ଏହି ଉତ୍ସବରେ ବିଭିନ୍ନ ପ୍ରକାରର ଉଭୟ ବରିଷ୍ଠ ଓ କନିଷ୍ଠ ବିଭାଗରେ ପ୍ରତିଯୋଗୀତା ହୋଇଥିଲା । ସେଗୁଡିକ ହେଲା ତର୍କ ବକୃତା, ପ୍ରବନ୍ଧ, ସୁଜନ ଶିଳ ଲିଖନ, ଗୀତ, କୁଇଜ୍, ଚିତ୍ରାଙ୍କନ ଓ ହସ୍ତକଳା ଓ ଶୃତ ଲିଖନ ଇତ୍ୟାଦି । ଏହା ସହିତ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ କୋତାପେଟା କ୍ଲଷ୍ଟର ର ବିଭିନ୍ନ ବିଦ୍ୟାଳୟ, ବି.ଏନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଭାକୁର ଗୁଢ଼ା ଆଶ୍ରମ ବିଦ୍ୟାଳୟ, ସିଲଟିଗୁଢା ପ୍ରାଥମିକ ବିଦ୍ୟାଳୟ, କୁଲଜୀଙ୍ଗ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖଲିଗୁଢା ପ୍ରାଥମିକ ବିଦ୍ୟାଳୟ, ପାଲିଗୁଢା ପ୍ରାଥମିକ ବିଦ୍ୟାଳୟ, ତସ୍କାପାଡୁ ପ୍ରାଥମିକ ବିଦ୍ୟାଳୟ, ଗୁରୁଠୀ ପ୍ରାଥମିକ ବିଦ୍ୟାଳୟ, ରେବତୀ ପ୍ରାଥମିକ ବିଦ୍ୟାଳୟ, ଖାନ୍ଦେଶୁ ପ୍ରାଥମିକ ବିଦ୍ୟାଳୟ, ପେରାବାଢ଼ି ପ୍ରାଥମିକ ବିଦ୍ୟାଳୟ, ଲକ୍ଷ୍ମୀପୂର୍ ଉଚ୍ଚ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଭିତରାମ୍ବୁ ପ୍ରାଥମିକ ବିଦ୍ୟାଳୟ, ଓ ବାହାରମ୍ବୁ ପ୍ରାଥମିକ ବିଦ୍ୟାଳୟ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ମାଟିକଣା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow