ନାରାୟଣପାଟଣାରେ ଲାଗିଲା ମାଓ ବ୍ୟାନର

କୋରାପୁଟ (ଓ.ଏନ.ଟି) : କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ମାଓବାଦୀଙ୍କ ନାମରେ ଲାଗିଛି ଲାଲ ବ୍ୟାନର। ଚିନ୍ତାଗୁଡା ଡ୍ୟାମ ନିର୍ମାଣକୁ ବିରୋଧ କରି ମାଓବାଦୀ ନାମରେ ଲାଗିଛି ଲାଲ ବ୍ୟାନର। ସିପିଆଇ ମାଓବାଦୀ ଶ୍ରୀକାକୁଲମ ଡିଭିଜନାଲ କମିଟି ନାମରେ ଲାଲ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି। କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଚିନ୍ତାଗୁଡ଼ା ଗାଁ ନିକଟ ଝଂଜାବତି ନଦୀ ଉପରେ ୧୪୦ କୋଟି ଟଙ୍କା ବ୍ୟୟ ବରାଦରେ ନିର୍ମାଣ ହେବାକୁ ଯାଉଥିବା ଚିନ୍ତାଗୁଡ଼ା ଡ୍ୟାମ ନିର୍ମାଣକୁ ବିରୋଧ କରାଯାଇଥିବା ଏହି ବ୍ୟାନରରେ ଉଲ୍ଲେଖ ରହିଛି। ଲାଲ ବ୍ୟାନର ମରାଯିବାପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏଣେ ଘଟଣାର ତଦନ୍ତ ଚାଲିଛି ବୋଲି କୋରାପୁଟ ଏସପି ସୂଚନା ଦେଇଛନ୍ତି।
What's Your Reaction?






