ପରିଣତ ବୟସରେ ନିଆରା ନିଶା, ଚାରା ବିକ୍ରି କରି ହୋଇଛନ୍ତି ସ୍ବାବଲମ୍ବୀ

Aug 12, 2023 - 16:06
 0  9
ପରିଣତ ବୟସରେ ନିଆରା ନିଶା, ଚାରା ବିକ୍ରି କରି ହୋଇଛନ୍ତି ସ୍ବାବଲମ୍ବୀ

ବାଲେଶ୍ବର (ଓ.ଏନ.ଟି ) : ବୟସର ଅପରାହ୍ନରେ ବୟସ୍କ ଦମ୍ପତିଙ୍କ ନିଆରା ପ୍ରୟାସ। ପରିଣତ ବୟସରେ କାହାର ସାହାର ପାଲଟି ନାହାନ୍ତି  । ବରଂ ନିଜେ ସ୍ବାବଲମ୍ବୀ ହେବାର ରାସ୍ତା ଦେଖାଇଛନ୍ତି । ୧୦୦ରୁ ଉର୍ଦ୍ଧ୍ବ ପ୍ରକାର ଚାରା ଲଗାଇ ବିକ୍ରି କରୁଛନ୍ତି । ଗାଁରେ କୃଷକ ବନ୍ଧୁ ନାମରେ ଏକ ନର୍ସରୀ କରିଛନ୍ତି। ଏଥିରେ ବିଭିନ୍ନ ପ୍ରକାରର ମଞ୍ଜି ସାଙ୍ଗଙ୍କୁ ଫୁଲ, ଫଳ, ପରିବା ଚାରା ସହିତ ଜିଆ ଖତ ଓ  ପିଡ଼ିଆ ବିକ୍ରି କରି ନିଜେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର ରବୀନ୍ଦ୍ରନାଥ ଜାନା ଚାକିରିରୁ  ଅବସର ନେବା ପରେ ବାଡିରେ ଏକ ନର୍ସରୀ ଆରମ୍ଭ କରିଥିଲେ। ଏଥିରେ ସହଯୋଗ କରୁଛନ୍ତି ପତ୍ନୀ ମଲ୍ଲି ଜାନା । ପ୍ରଥମେ ଅଳ୍ପ ସଂଖ୍ୟକ ଚାରା ରୋପଣ କରିବା ସହ ବିଭିନ୍ନ ପ୍ରକାରର ମଞ୍ଜି ବିକ୍ରି କରି ଆସୁଥିଲେ।
ନର୍ସରୀରେ ଅଧିକ ମାତ୍ରାରେ ବ୍ୟବସାୟ ହେଲା ପରେ  ନର୍ସରୀକୁ ବଢ଼ାଇ ଚାଲିଲେ। ଏବେ ନଡ଼ିଆ, ଆମ୍ବ, କଦଳୀ, ଫୁଲ, ଫଳ, ଔଷଧୀୟ ଗଛ ବିକ୍ରି କରିଆସୁଛନ୍ତି। ଏଥିରେ ରବିନ୍ଦ୍ରଙ୍କ ସ୍ତ୍ରୀ ମଲ୍ଲୀ ଜାନା ସ୍ୱାମୀଙ୍କୁ ସହଯୋଗ କରିବା ସହ ସେ ମଧ୍ୟ ଚାରା ରୋପଣ କରିବା, ପାଣି ଦେବା, ଜିଆ ଖତକୁ ଛୋଟ ଛୋଟ କୁଣ୍ଡ କରିଥାନ୍ତି।
ଏବେ ୨ ଏକର ଜମିରେ ବିଭିନ୍ନ ପ୍ରକାରର ଚାରା ବିକ୍ରି କରୁଥିବା ବେଳେ କାମ କରିବା ପାଇଁ କିଛି ଶ୍ରମିକ ମଧ୍ୟ ରଖିଛନ୍ତି । କମ୍ ମୂଲ୍ୟରେ ଚାରା ଦେଉଥିବା ବେଳେ ଚାଷୀଙ୍କୁ ଜିଆ ଖତ ମାଧ୍ୟମରେ ଚାଷ କରିବା ପାଇଁ ପରାମର୍ଶ ଦେଇଥାନ୍ତି। ସ୍ୱାମୀ ସ୍ତ୍ରୀ ଙ୍କର ବୟସ ହୋଇଥିଲେ ମଧ୍ୟ ଏବେ ବି କାମ ନ କରିଲେ ଦୁହିଁଙ୍କୁ ଭଲ ଲାଗୁ ନଥିବା କୁହନ୍ତି।

What's Your Reaction?

like

dislike

love

funny

angry

sad

wow