ପ୍ରଶାସନ ପକ୍ଷରୁ ଖାଦ୍ୟର ମାନ ଯାଞ୍ଚ; ଗୋଟିଏ ହୋଟେଲର ରୋଷଇ ଘର ସିଲ

Aug 11, 2023 - 14:35
Aug 11, 2023 - 14:37
 0  8
ପ୍ରଶାସନ ପକ୍ଷରୁ ଖାଦ୍ୟର ମାନ ଯାଞ୍ଚ; ଗୋଟିଏ ହୋଟେଲର ରୋଷଇ ଘର ସିଲ

ଜୟପୁର (ଓ.ଏନ.ଟି ) : ଖାଦ୍ୟ ସୁରକ୍ଷା ଅଧିକାରୀ ଓ ପୌରପାଳିକା ପକ୍ଷରୁ ସହରର ବିଭିନ୍ନ ଛୋଟ ବଡ ହୋଟେଲ, ଉଠା ଜଳଖିଆ ଦୋକାନ ଆଦି ଉପରେ ଚଢ଼ାଉ କରା ଯାଇଥିଲା । ଏହି କ୍ରମରେ ସହରର ୨ଟି ପ୍ରମୁଖ ହୋଟେଲରେ ଚଢ଼ଉ କରାଯାଇଥିଲା। ଗୋଟିଏ ହୋଟେଲକୁ ୧୫ଦିନ ପାଇଁ ସିଲ୍ କରାଯିବା ସହ ୨୦ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଥିଲା। ସେଭଳି ଆଉ ଗୋଟିଏ ହୋଟେଲ ଠାରୁ ୫ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା। ସହରର ୩୦ଟି ହୋଟେଲ ଉପରେ ଚଢ଼ଉ କରାଯାଇ ୪୨ହଜାର ୮୦୦ଟଙ୍କାର ଜରିମାନା ଆଦାୟ କରା ଯାଇଥିଲା। ସେଭଳି ସହରର ପ୍ରମୁଖ ହୋଟେଲ ମଧ୍ୟରୁ ଗୋଟିଏ ହୋଟେଲର ରୋଷଇଘର ଅପରିଷ୍କାର ରହିବା ସହ ଘରୋଇ ଗ୍ୟାସ ବ୍ୟବହାର ହେଉଥିବା ଦେଖିବାକୁ ମିଳିଥିଲା। ସେଭଳି ସେହି ପରିସରରେ ଖାଦ୍ୟ ପ୍ରସ୍ତୁତ ପାଇଁ ରଖାଯାଇଥିବା ସାମଗ୍ରୀ ଗୁଡିକୁ ଅଲଗା ରୁମରେ ନ ରଖି ଯେଉଁ ସ୍ଥାନରେ ରଖିଥିଲେ ସେଠାରେ ଅସରପାଙ୍କ କାରଖାନା ପାଲଟିଥିବା କହିଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ କୁମାର ସେଠୀ। ତେଣୁ ଏହି ହୋଟେଲର ରୋଷଇ ଘରକୁ ଆସନ୍ତା ୧୫ଦିନ ପର୍ଯ୍ୟନ୍ତ ସିଲ୍ କରାଯାଇଥିବା କହିଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ। ଏହାର ପୁନଃରୁଦ୍ଧାର କରିବା ପରେ ପୁର୍ନବାର ଯାଞ୍ଚ ପରେ ରୋଷଇଘର ଖୋଲି ପାରିବେ ବୋଲି କହିଛନ୍ତି ଖାଦ୍ୟ ସୁରକ୍ଷା ଅଧିକାରୀ। ବିଭିନ୍ନ ହୋଟେଲର ଖାଦ୍ୟର ମାନ ଯାଞ୍ଚ କରି ୪୦ହଜାର ୩୦୦ଟଙ୍କା ଓ ପଲିଥିନ୍ ବ୍ୟବହାର ବାବଦକୁ ୨ହଜାର ୩୦୦ଟଙ୍କା ଏଭଳି ୪୨ହଜାର ୮୦୦ଟଙ୍କା ଜରିମାନା ଆଦାୟ ହୋଇଛି ବୋଲି କହିଛନ୍ତି ପୌରକାର୍ଯ୍ୟ ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ। ଚଢ଼ଉରେ ପୌରପାଳିକା ପି.ଜଗଦୀଶ, ଭୁବନୀ ହାଲବା ପ୍ରମୁଖ ଭାଗ ନେଇଥିଲେ।

What's Your Reaction?

like

dislike

love

funny

angry

sad

wow