ଫୋନରେ କଥା ହେଉଥିବା ବେଳେ ଟଳି ପଡିଲେ ଯୁବକ, ଚାଲିଗଲା ଜୀବନ

Aug 14, 2023 - 14:41
Aug 14, 2023 - 14:42
 0  9
ଫୋନରେ କଥା ହେଉଥିବା ବେଳେ ଟଳି ପଡିଲେ ଯୁବକ, ଚାଲିଗଲା ଜୀବନ

ଓ.ଏନ.ଟି ବ୍ୟୁରୋ : ମୃତ୍ୟୁ କେତେବେଳେ କେଉଁଠି ଆସିବ କେହି ଜାଣିପାରନ୍ତି ନାହିଁ । ଏଭଳି ଏକ ଦୁଃଖଦ ଘଟଣା ବୈପାରିଗୁଡା ସହରରେ ଘଟିଛି । ବୈପାରିଗୁଡା ବ୍ଲକର ଡିଶାରିଗୁଡା ଗ୍ରାମର ଭାଗିରଥୀ ଭେମିଣ୍ଡି ଟାଟା ପାୱାର କମ୍ପାନିରେ ନିୟୋଜିତ ହୋଇଥିବା ଅଣକୁଶଳୀ ଶ୍ରମିକ ଭାବେ କାମ କରୁଥିଲେ । ବୈପାରିଗୁଡାରୁ ଦିଗାପୁର ରାସ୍ତାରେ ପୋଲ ପୋତିବା କାମ ଚାଲିଥିଲା । ତେବେ ଭାଗିରଥୀ ବୈପାରିଗୁଡାର ତହସିଲ ନିକଟରେ ଏକ ଜଳଖିଆ ଦୋକାନରେ ଜଳଖିଆ ଖାଇବା ପାଇଁ ତରବର ହେଉଥିଲେ । ଏହି ସମୟରେ ତାଙ୍କ ନିକଟକୁ ଫୋନ୍ କଲ୍ ଆସିଥିଲା । ଫୋନରେ କଥା ହେଉଥିବା ବେଳେ ହଠାତ ସେ ତଳେ ପଡିଯାଇଥିଲେ । ସ୍ଥାନୀୟ ଲୋକେ ତୁରନ୍ତ ଭାଗିରଥୀଙ୍କୁ ମେଡିକାଲ ନେଇଥିଲେ । ତେବେ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଇଛି । ବର୍ତମାନ ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ଏହାର ସତ୍ୟାସତ୍ୟ ଜଣାପଡିବ ବୋଲି କୁହାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଡିଶାରିଗୁଡାରେ ଶୋକର ଛାୟା ଖେଳିଯାଇଛି ।

What's Your Reaction?

like

dislike

love

funny

angry

sad

wow