ବ୍ୟାଙ୍କ ନଥିବା ପଞ୍ଚାୟତରେ ଖୋଲିବ ବ୍ୟାଙ୍କ ଶାଖା

Aug 12, 2023 - 16:25
 0  73
ବ୍ୟାଙ୍କ ନଥିବା ପଞ୍ଚାୟତରେ ଖୋଲିବ ବ୍ୟାଙ୍କ ଶାଖା

ଭୁବନେଶ୍ବର (ଓ.ଏନ.ଟି) : ରାଜ୍ୟର ସବୁ ପଞ୍ଚାୟତରେ ମିଳିବ ବ୍ୟାଙ୍କ ସୁବିଧା। ଲୋକମାନେ ଆଉ ବ୍ୟାଙ୍କିଙ୍ଗ ସୁବିଧା ପାଇଁ ଅସୁବିଧାର ସମ୍ମୁଖିନ ହେବେନାହିଁ। ଏଥି ପାଇଁ ରାଜ୍ୟ ସରକାର ଆଜି ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ୬୭୯୮ଟି ଗ୍ରାମ ପଞ୍ଚାୟତ ମଧ୍ୟରୁ, ସ୍ଥାୟୀ ବ୍ୟାଙ୍କ ଶାଖା ନଥିବା ୪୩୭୩ ଗ୍ରାମ ପଞ୍ଚାୟତରେରେ ଖୁବ୍‌ଶୀଘ୍ର ବ୍ୟାଙ୍କିଙ୍ଗ ସୁବିଧା ମିଳିବ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଏ ସମ୍ପର୍କିତ ଯୋଜନା ଉପରେ ମୋହର ଲଗାଇଛନ୍ତି। ବର୍ଷେ ମଧ୍ୟରେ ରାଜ୍ୟର ୪ ହଜାର ୩୭୩ ବ୍ୟାଙ୍କ ନଥିବା ଗ୍ରାମପଞ୍ଚାୟତରେ ସରକାର ବ୍ୟାଙ୍କିଂ ସେବା ଯୋଗାଇ ଦେବେ। ୫ଶହ କୋଟି ଟଙ୍କା ବଜେଟ୍ ସହାୟତାରେ ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସହିତ ସମନ୍ବୟ ରକ୍ଷା କରି ସିଏସପି ପ୍ଲାନ୍ ବ୍ୟାଙ୍କିଂ ଆଉଟଲେଟ୍ ଖୋଲାଯିବ। ୬ଟି ପବ୍ଲିକ ସେକ୍ଟର ବ୍ୟାଙ୍କ ଯଥା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ୟୁନିଅନ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ବ୍ୟାଙ୍କ ଅଫ୍ ବରୋଦା ଏବଂ ବ୍ୟାଙ୍କ ଅଫ୍ ଇଣ୍ଡିଆ ସହିତ ସମନ୍ଵୟ ରକ୍ଷା କରି “ସି.ଏସ.ପି ପ୍ଲସ୍” ବ୍ୟାଙ୍କିଙ୍ଗ୍ ଆଉଟଲେଟ ଖୋଲିବାର ଯୋଜନାକୁ ଆଜି କ୍ୟାବିନେଟ ଅନୁମୋଦନ ମିଳିିଛି।

ଚଳିତ ଆର୍ଥିକ ବର୍ଷରେ ୨୦୨୩-୨୪ ରେ ସିଏସପି ପ୍ଲସ ବ୍ୟାଙ୍କିଙ୍ଗ ଆଉଟଲେଟ୍ ମାଧ୍ୟମରେ ରାଜ୍ୟର ଥିବା ସମସ୍ତ ୪୩୭୩ଟି ବ୍ୟାଙ୍କବିହୀନ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ପାଇଁ ଏହି ଯୋଜନା ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହେବ । ଏହି ଯୋଜନା ରାଜ୍ୟର ସମସ୍ତ ବ୍ୟାଙ୍କ ବିହୀନ ପଞ୍ଚାୟତରେ ରହୁଥିବା ଲୋକମାନଙ୍କୁ ମାଗଣାରେ ସମସ୍ତ ପ୍ରକାରର ବ୍ୟାଙ୍କିଙ୍ଗ ସେବା ମିଳିପାରିବ । ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ଗର୍ଭବତୀ ମହିଳାମାନେ ଦ୍ୱାରଦେଶରେ ବ୍ୟାଙ୍କିଙ୍ଗ ସେବା ପାଇପାରିବେ ଓ ଠିକ୍ ସମୟରେ ସରକାରଙ୍କ ଡିବିଟି ଯୋଜନାର ସୁବିଧା ମଧ୍ୟ ପାଇପାରିବେ । ଆର୍ଥିକ ଅନ୍ତର୍ଭୁକ୍ତିକରଣ ପାଇଁ ବ୍ୟାଙ୍କିଙ୍ଗ ଏକ ଅତ୍ୟାବଶ୍ୟକ ସେବା ହୋଇଥିବାରୁ, ରାଜ୍ୟର ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ନିରବଚ୍ଛିନ୍ନ ବ୍ୟାଙ୍କିଙ୍ଗ୍ ସେବା ପାଇଁ ଏକ ସ୍ଥାୟୀ ବ୍ୟାଙ୍କ ଶାଖାର ଆବଶ୍ୟକତା ରହିଛି ।

ବ୍ୟାଙ୍କଗୁଡିକ ଦ୍ଵାରା ବ୍ୟାଙ୍କବିହୀନ ଗ୍ରାମ ପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ଶାଖାର ସ୍ଥାପନ କ୍ଷେତ୍ରରେ ଅଗ୍ରଗତି ଅତ୍ୟନ୍ତ ମନ୍ଥର ଏବଂ ନଗଣ୍ୟ । ତେଣୁ ସି.ଏସ.ପି ପ୍ଲସ ବ୍ୟାଙ୍କିଙ୍ଗ ଆଉଟଲେଟ ମାଧ୍ୟମରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସେବା ଯୋଗାଇବା ପାଇଁ ଓଡିଶା ସରକାର ଏକ ଉଚ୍ଚାଭିଳାଷୀ ଲକ୍ଷ୍ୟ ନେଇ ଆଗେଇ ଆସିଛନ୍ତି । ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ ରେ ସି.ଏସ.ପି ପ୍ଲସ୍ ବ୍ୟାଙ୍କିଙ୍ଗ ଆଉଟଲେଟ୍ ମାଧ୍ୟମରେ ରାଜ୍ୟରେ ଥିବା ସମସ୍ତ ୪୩୭୩ ଟି ବ୍ୟାଙ୍କ ବିହୀନ ଗ୍ରାମ ପଞ୍ଚାୟତରେ ବ୍ୟାଙ୍କିଙ୍ଗ ସେବା ମିଳିବ। ୬ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଏଥି ପାଇଁ ସରକାର ୫ଶହ କୋଟି ଟଙ୍କା ସହାୟତା ପ୍ରଦାନ କରିବେ। ଏହି ବ୍ୟାଙ୍କଗୁଡ଼ିକୁ ପଞ୍ଚାୟତରେ ନିଜର ଶାଖା ଖୋଲିବା ପାଇଁ ୫ବର୍ଷ ପର୍ଯ୍ୟନ୍ତ ନିଶୁଳ୍କ ଗୃହ, ଏକକାଳୀନ ସ୍ଥାୟୀ ଖର୍ଚ୍ଚ ଓ ୩ ବର୍ଷ ପାଇଁ ହେବାକୁ ଥିବା ଆବଶ୍ୟକ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ । ଏହି ପ୍ରସ୍ତାବ ସମେତ ମୋଟ ୧୯ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଆଜି ମଞ୍ଜୁରୀ ପ୍ରଦାନ କରିଛନ୍ତି ।

What's Your Reaction?

like

dislike

love

funny

angry

sad

wow