ରେଳ ଟ୍ରାକରେ ପଥର ଖସିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

Sep 14, 2023 - 13:29
 0  29
ରେଳ ଟ୍ରାକରେ ପଥର ଖସିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ

ରାୟଗଡ଼ା (ଓ.ଏନ.ଟି) : ଗତ ଦୁଇଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷା କାରଣରୁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇଇପଡିଛି । ବର୍ଷା ଯୋଗୁଁ ଟିକିରି ଠାରୁ ରାଉଳି ରେଳ ଷ୍ଟେସନ ମଧ୍ୟରେ ଥିବା ଏକ ସ୍ଥାନରେ ଟ୍ରାକ୍ ଉପରେ ପଥର ଖସି ପଡିବାରୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆଜି ସକାଳେ ଜଗଦଲପୁର ଠାରୁ ହାୱାଡ଼ା ଅଭିମୁଖେ ଯାଉଥିଲା ସମଲେଶ୍ବରୀ ଏକ୍ସପ୍ରେସ ରାଉଳି ଷ୍ଟେସନ ଅତିକ୍ରମ କରିବାର କିଛି ସମୟ ପରେ ପଥର ଖଣ୍ଡ ରେଳଟ୍ରାକ ଉପରେ ଖସି ପଡ଼ିଥିଲା । ଖବର ପାଇ ଗ୍ୟାଙ୍ଗ ମେନ, ରେଳ କର୍ମଚାରୀମାନେ ଟ୍ରାକରୁ ପଥରଖଣ୍ଡ ବାହାର କରିଥିବା ଜଣା ଯାଇଛି । ଟ୍ରାକ୍‌ରେ ପଥର ଖସି ରାସ୍ତା ଅବରୋଧ ହେବାଫଳରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଆଜି ଉଭୟ ପଟର (ଇଏମ ୟୁ) ପାସେଞ୍ଜର ଟ୍ରେନ୍‌କୁ ବାତିଲ କରାଯାଇଛି ।

ସେହିପରି ବ୍ଲକର କିଛି ସ୍ଥାନରେ ରାସ୍ତା ଧୋଇ ହୋଇଯାଇ ଥିବାର ଖବର ମିଳିଛି । ଡଙ୍ଗାସିଲ, ଟିକିରି, କାଶୀପୁରର କିଛି ଘରେ ବନ୍ୟା ଜଳ ପଶିଯିବାରୁ ଘରର ଜିନିଷ ପତ୍ର ନଷ୍ଟ ହୋଇ ଥିବା ଅଭିଯୋଗ । ପୂର୍ତ୍ତ ବିଭାଗ ଅଧୀନରେ ଥିବା ଟିକିରି ମୁଖ୍ୟ ରାସ୍ତାର ଡ୍ରେନ ଅବରୋଧ ଫଳରେ ରାସ୍ତା ପାଖରେ ଥିବା କିଛି ଦୋକାନ ଏବଂ ଘର ଭିତରେ ବର୍ଷା ପାଣି ପଶି ଥିବା ଜଣାଯାଇଛି । ହାଟପଦା ନିକଟସ୍ଥ ରାଇସ ମିଲ ସମ୍ମୁଖରେ ଡ୍ରେନ ଅବରୋଧରୁ ନିକଟରେ ଥିବା ଏକ ସନ୍ତୋସି କିରାନା ଦୋକାନ ଏବଂ ଘର ଭିତରେ ପାଣି ପଶିଥିଲା । ଫଳରେ ଜିନିଷପତ୍ର ନଷ୍ଟ ହୋଇଥିବା ଜଣାଯାଇଛି । ତୁରନ୍ତ ଡ୍ରେନ୍ ସଫେଇର ବ୍ୟବସ୍ଥା କରିବା ସହ ବର୍ଷାରେ କ୍ଷତିଗ୍ରସ୍ତ ଲୋକଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି ହେଉଛି ।

What's Your Reaction?

like

dislike

love

funny

angry

sad

wow