ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନ ତରଫରୁ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସ୍ଥାନ ପରିଦର୍ଶନ

Oct 9, 2023 - 11:19
 0  13
ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନ ତରଫରୁ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସ୍ଥାନ ପରିଦର୍ଶନ

ରାୟଗଡା (ଓ.ଏନ.ଟି) : ରାୟଗଡା ସହର ରିଂ ରୋଡ ସ୍ଥିତ ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନ ତରଫରୁ ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସ୍ଥାନ ପରିଦର୍ଶନ କରାଯାଇଛି । ନର୍ସରୀ ରୁ ୟୁକେଜି ଶ୍ରେଣୀରେ ଅଧ୍ୟନରତ କୁନି ଛାତ୍ରଛାତ୍ରୀଙ୍କୁ ଆଜି ବିଦ୍ୟାଳୟ କତ୍ତୃପକ୍ଷ ସହର ର ବିଭିନ୍ନ ଧାର୍ମିକ ସ୍ଥଳୀ, ଚିକିତ୍ସାଳୟ ଏବଂ ରେଳ ଷ୍ଟେସନକୁ ପରିଦର୍ଶନ କରାଇଥିଲେ । ପ୍ରଥମେ ସ୍ଥାନୀୟ ସହରାଞ୍ଚଳ ପ୍ରାଥମିକ ଚିକିତ୍ସା କେନ୍ଦ୍ରରେ ଛାତ୍ରଛାତ୍ରୀମାନେ ପହଞ୍ଚି ଚିକିତ୍ସାଳୟ ବୁଲି ରୋଗୀସେବା ଦେଖିଥିଲେ ।

 ସେହିପରି ରୋଗୀସେବାରେ ବ୍ୟବହୃତ ବିଭିନ୍ନ ଉପକରଣ ସଂମ୍ପର୍କରେ ଚିକିତ୍ସାଳୟରେ କାର୍ଯ୍ୟରତ କର୍ମଚାରୀଙ୍କ ସହ ଆଲୋଚନା କରି ବୁଝିଥିଲେ । ଅନୁରୂପ ସ୍ଥାନୀୟ ଅଧିଷ୍ଟାତ୍ରୀ ଦେବୀ ମା ମଝିଘରିଆଣୀ ମନ୍ଦିରକୁ ଛାତ୍ରଛାତ୍ରୀ ପରଦର୍ଶନ କରିଛନ୍ତି । ସେଠୋରେ ମାଁଙ୍କ ମନ୍ଦିର ପରିସର ବୁଲିବା ସହିତ ପୂଜାର୍ଚ୍ଚନାର ବିଧୀ ସଂମ୍ପର୍କରେ ପଚାରି ବୁଝିଥିଲେ । ପରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର, ମେନ ମାର୍କେଟ ସ୍ଥିତ ଚର୍ଚ୍ଚ, ମସଜିଦ ଆଦି ସ୍ଥାନ ପରିଦର୍ଶନ କରି ବିଭିନ୍ନ ଧର୍ମସ୍ଥଳୀରେ କିଭଳି ପୂଜାର୍ଚ୍ଚନା ଚାଲୁ ରହିଛି ସେ ସଂମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇଥିଲା । ସେହିପରି ପୋଷ୍ଟ ଅଫିସ, ରେଳ ଷ୍ଟସନ ଏବଂ ସହରର ବିଭିନ୍ନ ବ୍ୟାଙ୍କରେ କିଭଳି କାର୍ଯ୍ୟ ସମ୍ପାଦନ ହେଉଛି ତାହା ବୁଲି ଅନୁଭୂତି ସାଉଁଟିଥିଲେ ।

 ବିଦ୍ୟାଳୟ ନିର୍ଦ୍ଦେଶକ ଡ.ରାଜେଶ କୁମାର ପାଢୀଙ୍କ ନିର୍ଦ୍ଦେଶକ୍ରମେ ବିଦ୍ୟାଳୟ ତରଫରୁ ଏଭଳି ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ସ୍ଥଳେ ଶିକ୍ଷକ ସନ୍ତୋଷ କୁମାର ମହାନ୍ତିଙ୍କ ସହ ଶିକ୍ଷୟତ୍ରୀ ପ୍ରମୋଦିନି ପଣ୍ଡା, ପ୍ରୟଦର୍ଶିନି ହୁଇକା, ପୂଜିତା ଗରଡ଼ିଆ, ଲୋପାମୁଦ୍ରା ବେନିଆ, ଶୁଭଶ୍ରୀ ଗୌଡ଼ ପ୍ରମୁଖ ସହଯୋଗ କରିଥିଲେ ।

What's Your Reaction?

like

dislike

love

funny

angry

sad

wow