ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟରେ ବିଶ୍ଵ ଫାର୍ମାସୀ ଦିବସ ପାଳିତ

Sep 25, 2023 - 12:58
Sep 26, 2023 - 13:00
 0  21
ସେଞ୍ଚୁରିଆନ ବିଶ୍ଵବିଦ୍ୟାଳୟରେ ବିଶ୍ଵ ଫାର୍ମାସୀ ଦିବସ ପାଳିତ

ରାୟଗଡା, (ଓ.ଏନ.ଟି ) : ବିଶ୍ଵ ଫାର୍ମାସୀ ଦିବସ ପାଳନ ଅବସରରେ ସ୍ଥାନୀୟ ରାୟଗଡା ସହର ଉପଖଣ୍ଡ ସେଞ୍ଚୁରିଅନ ବିଶ୍ଵବିଦ୍ୟାଳୟ ଫାର୍ମାସୀ ବିଭାଗ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଛି । ଏହି ଶଭାଯାତ୍ରକୁ ବରିଷ୍ଠ ଶିକ୍ଷାବିତ ଡ଼ା. ଦୁଷ୍ମନ୍ତ କୁମାର ମହାନ୍ତି ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥଲେ। ଉକ୍ତ ଶୋଭାଯାତ୍ରାରେ ଶିକ୍ଷାର୍ଥୀ ହାତରେ ପ୍ଲାକାର୍ଡ ଧରି ଚିକିତ୍ସା ଜନିତ ସଚେତନତା ବର୍ତା ଦେଇ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରୁ ବାହାରି ଗଜପତି ଛକ ନିକଟରେ ପହଁଚିଥିଲେ।

ରୋଗ ବ୍ୟାପିବା ପୂର୍ବରୁ ସଚେତନ ହେବା, ସୂରଷିତ ଉପଚାର କରିବା, ନିଜେ ସ୍ଵଚ୍ଛ ରହିବା ସହ ନିଜ ଚତ୍ରୁପାର୍ଶ୍ଵ କୁ ସଫା ରଖୁବା ଇତ୍ୟାଦି ସ୍ଲୋଗାନ ଦେଇ ଛାତ୍ରଛାତ୍ରୀ ସହର ପରିକ୍ରମା କରିଛନ୍ତି। ଏହି ଅବସରରେ ଶିକ୍ଷାନୁଷ୍ଠାନ ନିର୍ଦ୍ଧେଶକ ଡ଼ା. ରାଜେଶ କୁମାର ପାଢୀ କହିଛନ୍ତି ଯେ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ନିରନ୍ତର ସହଯୋଗ ଓ ସେବା ଭାବନା ନେଇ କାର୍ଯ୍ୟରତ ଫର୍ମାସୀମାନେ ଦେଶର ସ୍ବାସ୍ଥ୍ୟସେବା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ମହତ୍ତ୍ୱ ପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ବୈଷୟିକ ଯାନ୍ତ୍ରିକ ଉପକରଣ ପରିଚାଳନା, ରୋଗୀସେବା ତଥା ଟୀକା କରଣରେ ସାମିଲ ହୋଇ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଜାଗ୍ରତ ପ୍ରହରୀ ସାଜିଛନ୍ତି। ସେମାନେ ଦେଶ ତଥା ରାଜ୍ୟର ସ୍ୱାସ୍ଥ୍ୟସେବା ମେରୁଦଣ୍ଡ ବୋଲି ଶ୍ରୀ ପାଢ଼ୀ କହିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଫାର୍ମାସୀ ବିଭାଗ ଅଧ୍ଯକ୍ଷ ଚନ୍ଦ୍ରଶେଖର ପାତ୍ର, ଅଧ୍ୟାପକ ଲାଡି ଅଲିକ କୃମାର, ଅଭିନାଶ ପାତ୍ର, ହରଗୌରି ମିଶ୍ର, ଶ୍ୟାମସୁନ୍ଦର ରାଓ, ଶ୍ୟାମସୁନ୍ଦର ସାହୁ, ପଳିଶ୍ରୀ ଗୁପ୍ତା, ବବିତା ଅଧିକାରୀ, ସଂଘମିତ୍ରା ଶତପଥୀ, ସାଇଲେଜା ସାହୁ, ଜି.ଶିବାନୀ, ଭରତ ଭୂଷଣ ସାହୁଙ୍କ ସମେତ ୧୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ପ୍ରମୁଖ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ ।

What's Your Reaction?

like

dislike

love

funny

angry

sad

wow