ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଆଦିତ୍ୟ-ଏଲ୍ ୱାନ ଉତ୍କ୍ଷେପଣ

ହାଇଦରାବାଦ (ଓ.ଏନ.ଟି) : ଚନ୍ଦ୍ରଯାନ-୩ର ସଫଳ ଅବତରଣ ପରେ ଭାରତୀୟ ମହାକାଶ ବୈଜ୍ଞାନିକମାନେ ସୂର୍ଯ୍ୟଙ୍କ ଉପରେ ପରୀକ୍ଷା ନିରୀକ୍ଷା କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଏହି ପରିପ୍ରେକ୍ଷୀରେ ଇସ୍ରୋର ସୂର୍ଯ୍ୟ ମିଶନ ଆଦିତ୍ୟ-ଏଲ୍ ୱାନ(L1) ଆସନ୍ତା ସେପ୍ଟେମ୍ବର ୨ କିମ୍ବା ୪ ତାରିଖରେ ଉତ୍କ୍ଷେପଣ ପାଇଁ ସ୍ଥିର କରାଯାଇଛି । ପିଏସ୍ଏଲ୍ଭି ରକେଟ୍ ଜରିଆରେ ଶ୍ରୀହରୀକୋଟା ସ୍ଥିତ ସତିଶ ଧୱନ ଲଞ୍ଚ୍ ପ୍ୟାଡରୁ ଏହାକୁ ଉତକ୍ଷେପଣ କରାଯିବ। ଏନେଇ ସ୍ପେସ୍ ଆପ୍ଲିକେସନ ସେଣ୍ଟର ମୁଖ୍ୟ ନିଲେଶ ଦେଶାଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୂର୍ଯ୍ୟ ମିଶନ ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ସୂର୍ଯ୍ୟଙ୍କ ଉପରେ ଅନୁସନ୍ଧାନ କ୍ଷେତ୍ରରେ ଏହା ହେଉଛି ଇସ୍ରୋର ପ୍ରଥମ ପଦକ୍ଷେପ।
What's Your Reaction?






