ୟୁଏଆଇଏଲ୍ ସିଏସଆର୍ ଟିମ୍ ପକ୍ଷରୁ ମଲ୍ଟି-ସ୍ପେଶାଲିଟି ସ୍ୱାସ୍ଥ୍ୟ ଶିବିର ।

ରାୟଗଡା (ଓଏନଟି) : ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ୍)ର ସିଏସ୍ଆର ପ୍ରୟାସ ଅଧୀନରେ ନୂଆଗାଁ ଗ୍ରାମରେ ୨୦୨୪ ନଭେମ୍ବର ୨୮ରେ ଏକ ମଲ୍ଟି-ସ୍ପେଶାଲିଟି ସ୍ୱାସ୍ଥ୍ୟ ଶିବିର ସଫଳତାର ସହିତ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଶ୍ରୀ ବିଜୟ ଚୌହାନ, ମାଇନ୍ସ ହେଡ୍, ଡ.ନେତ୍ରାନନ୍ଦ ନାୟକ, ମେଡିକାଲ ଅଫିସର-ଇନ୍-ଚାର୍ଜ, ବିପିଏଏମ୍ , ଏନଏଚ୍ଏମ କାଶୀପୁର, ଆଇଆଇସି ଅଣ୍ଡିରାକଞ୍ଚ, ଡ. ଦେବୀ ମିଶ୍ର, ମେଡିକାଲ ଅଫିସର ୟୁଏଆଇଏଲ୍ ଏବଂ ନୂଆଗାଁର ସମ୍ମାନନୀୟ ଗ୍ରାମ ନେତୃବୃନ୍ଦଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଶ୍ରୀ ରବି ମିଶ୍ର, ୟୁନିଟ ହେଡ, ୟୁଏଆଇଏଲ୍ ଉଦ୍ଘାଟନ କରିଥିଲେ । ସ୍ଥାନୀୟ ଜନସମୁଦାୟଙ୍କୁ ସୁଲଭ୍ୟ ସ୍ୱାସ୍ଥ୍ୟଯତ୍ନ ସେବା ଯୋଗାଇବା ଏହି ସ୍ୱାସ୍ଥ୍ୟ ଶିବିରର ଲକ୍ଷ୍ୟ ଥିଲା । ନିକଟବର୍ତ୍ତୀ ୮ଟି ଗ୍ରାମର ମୋଟ ୫୧୨ ଜଣ ରୋଗୀ ଏହି ଶିବିରରୁ ଉପକୃତ ହୋଇଥିଲେ, ଏବଂ ସେମାନଙ୍କୁ ମାଗଣା ଡାକ୍ତରୀ ପରାମର୍ଶ ଓ ଔଷଧ ଯୋଗାଇ ଦିଆଯାଇଥିଲା ।
ଏହି ପ୍ରୟାସ ସିଏସଆର ମୁଖ୍ୟ ନିହାରିକା ସାହୁଙ୍କ ନେତୃତ୍ୱରେ ବାଫିଲମାଳି ଖଣିର ସିଏସଆର୍ ଟିମ୍ ଦ୍ୱାରା ଅତି ସୁନ୍ଦର ଭାବରେ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ୟୁଏଆଇଏଲ୍ ପକ୍ଷରୁ ଏହାର କାର୍ଯ୍ୟ ପରିଚାଳନା ଅଞ୍ଚଳରେ ଜନସାଧାରଣଙ୍କ କଲ୍ୟାଣ ତଥା ସେମାନଙ୍କ ସ୍ୱାସ୍ଥ୍ୟସେବାକୁ ପରିବର୍ଦ୍ଧିତ କରିବା ନିମନ୍ତେ ଅକୁଣ୍ଠ ପ୍ରତିବଦ୍ଧତାର ଏକ ନିଦର୍ଶନ ହୋଇଛି । ଏଭଳି ପ୍ରୟାସଗୁଡିକ ସ୍ଥାନୀୟ ଜନସାଧାରଣଙ୍କ ଜୀବନର ମାନରେ ଉନ୍ନତି ଆଣିବା ଏବଂ ଉକ୍ତ ଅଞ୍ଚଳରେ ଦୀର୍ଘସ୍ଥାୟୀ ବିକାଶକୁ ପ୍ରୋତ୍ସାହିତ କରିବା ନିମନ୍ତେ ୟୁଏଆଇଏଲ୍ର ଉତ୍ସର୍ଗୀକୃତ ଭାବକୁ ପ୍ରତିଫଳିତ କରୁଛି ।
What's Your Reaction?






