ରାୟଗଡ଼ା ଜିଲ୍ଲାର ବିଭିନ୍ନ ବର୍ଷା ମାପକ କେନ୍ଦ୍ର ଅନୁସାରେ ହୋଇଥିବା ବର୍ଷାର ପରିମାଣ
ରାୟଗଡ଼ା (ଓ ଏନ୍ ଟି) : ଲଗାଣ ବର୍ଷା ଜାରି ରହିଥିବା ବେଳେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି। ବିଭିନ୍ନ ସ୍ଥାନରେ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି ଓ ରେଳ ଧାରଣାରେ ବର୍ଷାଜଳ ପ୍ରବାହିତ ହେଉଥିବା ବେଳେ ଟ୍ରେନ ଚଳାଚଳ ପ୍ରଭାବିତ ହୋଇଥଲା । ଜିଲ୍ଲାର କାଶୀପୁର ବ୍ଲକରେ ସର୍ବାଧିକ ୪୮.୦ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ରାୟଗଡ଼ା ବ୍ଲକରେ ୧୦.୬ ମିମି, କୋଲନରା ବ୍ଲକରେ ୧.୪ ମିମି, କଲ୍ୟାସିଂହପୁର ବ୍ଲକରେ ୧୦.୦ ମିମି, ଗୁଣୁପୁର ବ୍ଲକରେ ୩୩.୦ ମିମି, ପଦ୍ମପୁର ବ୍ଳକରେ ୧୩.୦ ମିମି, ଗୁଡ଼ାରି ବ୍ଲକରେ ୮.୬ ମିମି, ରାମାନାଗୁଡା ବ୍ଲକରେ ୧୭.୨ ମିମି, ବିଷମକଟକ ବ୍ଲକରେ ୨୩.୪ ମିମି, ମୁନିଗୁଡ଼ା ବ୍ଲକରେ ୨୬.୨ ମିମି ଓ ଚନ୍ଦ୍ରପୁର ବ୍ଲକରେ ୫.୦ ମିମି ବର୍ଷା ହୋଇଥିବା ସୂଚନା ମିଳିଛି।
What's Your Reaction?