ସପ୍ତଗିରି କିଛି କରିନାହାନ୍ତି, ଖାଲି କ୍ରେଡିଟ ନେଉଛନ୍ତି : ଏନ ଭାସ୍କର ରାଓ
ରାୟଗଡ଼ା (ଓ ଏନ୍ ଟି) : ରାୟଗଡ଼ା ରେଳ ଡିଭିଜନ ହେଉ କି ବାଇପାସ୍ ରାସ୍ତା ହେଉ ଅଥବା ଗୁଣପୁର - ଥେରୁବାଲି ରେଳପଥ ସବୁ ଭାସ୍କର ରାଓ ରାଜ୍ୟସଭା ସଦସ୍ୟ ଥିବା ସମୟରେ ହୋଇଛି। ସାଂସଦ ହୋଇନଥିଲେ ସେତେବେଳେ ସପ୍ତଗିରି ଉଲାକା। ସେହିଭଳି କଂଗ୍ରେସ ସରକାର ସମୟରେ ଯେତେବେଳେ ସାଂସଦ ସପ୍ତଗିରିଙ୍କ ବାପା ରାଜ୍ୟରେ ମନ୍ତ୍ରୀ ଥିଲେ ସେହି ସମୟରେ ଜିଲ୍ଲାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଅଧୀନରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆବଶ୍ୟକୀୟ ହଷ୍ଟେଲ ସୁବିଧା ନଥିଲା। ହେଲେ ତତ୍କାଳୀନ ବିଭାଗୀୟ ମନ୍ତ୍ରୀ ଲାଲ ବିହାରୀ ହିମିରିକାଙ୍କ ସମୟରେ ପ୍ରାୟ ୭୦ ହଜାରରୁ ଉର୍ଦ୍ଧ୍ୱ ଶଯ୍ୟାର ସୁବିଧା ସମଗ୍ର ଜିଲ୍ଲାରେ ନୂତନ ହଷ୍ଟେଲ ଖୋଲାଯାଇଥିଲା। ମୋବାଇଲ ଟାୱାର ପାଇଁ ମଧ୍ୟ ପୂର୍ବରୁ ଅନୁମୋଦନ ସାରିଥିଲା। ଜାତୀୟ ରାଜପଥ ବାଇପାସ୍ ପାଇଁ ମଧ୍ୟ ସେତେବେଳେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀଙ୍କ ସହିତ ଆଲୋଚନା ପରେ ବାଇପାସ୍ ଅନୁମୋଦନ ହୋଇପାରିଥିଲା। ତେଣୁ ଏମପି ସପ୍ତଗିରି କିଛି ନକରି ଖାଲି ଲୋକଙ୍କୁ ଭୁଆଁ ବୁଲାଇ କ୍ରେଡିଟ ନେବାକୁ ଚେଷ୍ଟା କରୁଛନ୍ତି। ତେଣୁ ଏପରି ମିଛ କହିବା ଅପେକ୍ଷା ଅଞ୍ଚଳ ପାଇଁ କମ୍ କରି ଦେଖାଇବାକୁ ଉପଦେଶ ଦେଇଛନ୍ତି ଭାସ୍କର ରାଓ।
What's Your Reaction?