ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ପ୍ରଧାନମନ୍ତ୍ରୀ ଆପ୍ପରେଣ୍ଟିସିପ ମେଳା ।

ରାୟଗଡ଼ା (ଓଏନଟି) : ରାୟଗଡ଼ା ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ (ଆଇଟିଆଇ) ଠାରେ ଆଜି ପ୍ରଧାନମନ୍ତ୍ରୀ ଆପ୍ପରେଣ୍ଟିସିପ ମେଳା -୨୦୨୪ ଅନୁଷ୍ଠିତ ହୋଇଯାଇଛି l ଏହି ମେଳାରେ ୧୧୭ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ଏବଂ ଜିଲାର ପ୍ରାୟ ଆଠ ଗୋଟି କମ୍ପାନୀ ଯୋଗଦାନ କରି ୯୬ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରିଥିଲେ । ଏହି ମେଳାରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ, ଭାସ୍କର ରଇତ ଯୋଗ ଦେଇଥିବା ବେଳେ ମୂଖ୍ୟବକ୍ତା ଭାବରେ ଅଧ୍ୟକ୍ଷା, ରାୟଗଡ଼ା ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ବବିଲତା ସରାଫ, ସମ୍ମାନିତ ଅତିଥି ଭାବେ ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରିଣୀ ସ୍ଵର୍ଣଲତା ରାଉତ ଏବଂ ଅବସରପ୍ରାପ୍ତ ଆଇପିଓ ସବ୍ୟସାଚୀ ସାହୁ ଯୋଗ ଦେଇ ଆପରେଣ୍ଟିସିପ ଏବଂ ଏହାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନର ଅଧ୍ୟକ୍ଷ ଅତୁଲ୍ୟ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏଇ ମେଳାରେ ନିମନ୍ତ୍ରିତ ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ରଇତ ଛାତ୍ର ଛାତ୍ରୀ ମାନଙ୍କୁ କୁଶଳୀ ହୋଇ ଆତ୍ମ ନିର୍ଭରଶୀଳ ହେବା ପାଇଁ ଆହ୍ୱାନ ଦେଇ ଉପାଦେୟ ବାର୍ତ୍ତା ପ୍ରଦାନ କରିଥିଲେ । ଅନ୍ୟ ଅତିଥି ବୃନ୍ଦ ସେମାନଙ୍କର ମୂଲ୍ୟବାନ ଅଭିଭାଷଣ ପ୍ରଦାନ କରିଥିଲେ l ଅନୁଷ୍ଟାନ ର ତାଲିମ ଅଧିକାରୀ ନିଶିକାନ୍ତ ଶର୍ମା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସନ୍ତୋଷ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ ।
What's Your Reaction?






