ଗୁଣପୁର ପୁଲିସ ପକ୍ଷରୁ ରକ୍ତଦାନ ଶିବିର କାର୍ଯ୍ୟକ୍ରମ।

ରାୟଗଡ଼ା, (ଓ ଏନ ଟି): ରାୟଗଡ଼ା ଜିଲ୍ଲା ଗୁଣପୁର ପୁଲିସ ପକ୍ଷରୁ ଏକ ଭିନ୍ନ ପ୍ରୟାସ ଆରମ୍ଭ କରାଯାଇଛି ରକ୍ତ ଅଭାବରୁ କାହାର ଯେମିତି ମୃତ୍ୟୁ ନ ଘଟୁ ସେଥିପ୍ରତି ଦୃଷ୍ଟି ଦେଇ ଗୁଣପୁର ଆଦର୍ଶ ଥାନା ପକ୍ଷରୁ ଉକ୍ତ ପ୍ରୟାସ ଆରମ୍ଭ ହୋଇଛି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ପରିସରରେ ରକ୍ତ ଭଣ୍ଡାର ରହିଛି କିନ୍ତୁ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ରହୁଛି ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ଉପରେ ନିର୍ଭର କରୁଥିବା ରୋଗୀ ତଥା ସମ୍ପର୍କୀୟଙ୍କୁ ଆବଶ୍ୟକୀୟ ରକ୍ତ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ରକ୍ତ ଅଭାବରେ କାହାର ଯେମିତି ମୃତ୍ୟୁ ନ ଘଟୁ ସେଥି ନେଇ ଗୁଣପୁର ପୁଲିସ ସହରରେ ପ୍ରଥମ ଥର ପାଇଁ ଟାଉନ ହଲ୍ ପରିସରରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆରମ୍ଭ କରିଛି ଉକ୍ତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରକୁ ଗୁଣପୁର ଏସଡିପିଓ ବାବୁଲି ନାୟକ ମୁଖ୍ୟ ଅତିଥି ଭାବେ ଯୋଗେଦେଇ ଉଦ୍ଘାଟନ କରିବା ସହ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଉକ୍ତ ରକ୍ତଦାନ ଶିବିରରେ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟର ରକ୍ତ ଭଣ୍ଡାରର ଅଧିକାରୀମାନେ ଉପସ୍ଥିତ ରହି ରକ୍ତ ସଂଗୃହୀତ କରିଥିବା ବେଳେ ଗୁଣପୁର ଥାନାର ପୁଲିସ କର୍ମଚାରୀ, ସହରର ଯୁବପିଢ଼ି, ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ବିଭିନ୍ନ ସଙ୍ଗଠନ ର ବ୍ୟକ୍ତିବିଶେଷ ଯୋଗ ଦେଇ ରକ୍ତଦାନ କରିଥିଲେ ।
ଶିବିରରୁ ୫୦ ୟୁନିଟ ରକ୍ତ ସଂଗୃହ କରିବା ପାଇଁ ଗୁଣପୁର ପୁଲିସ ଲକ୍ଷ୍ୟ ରଖିଥିଲା ରକ୍ତଦାନ ଏକ ମହତ ଦାନ ସମସ୍ତେ ସଚେତନ ହୋଇ ରକ୍ତ ଦାନ କରିବା ଆବଶ୍ୟକ। ଆଗାମୀ ଦିନରେ ଏହିଭଳି ମହତ କାର୍ଯ୍ୟ ଗୁଣପୁର ଉପଖଣ୍ଡର ବିଭିନ୍ନ ଥାନାରେ ମଧ୍ୟ ଆରମ୍ଭ ହେବ ବୋଲି ଗୁଣପୁର ଏସଡିପିଓ ବାବୁଲି ନାୟକ ପ୍ରକାଶ କରିଛନ୍ତି । ଉକ୍ତ ଶିବିରରେ ଆଇଆଇସି ଉତ୍ତମ କୁମାର ସାହୁ, ଏସଆଇ ଅଶୋକ କୁମାର ପାଢ଼ୀ, ଚନ୍ଦ୍ରକାନ୍ତ ମହାନ୍ତି, ଏଏସଆଇ ବନମାଳୀ ନାୟକ, ଜିଆଇଆଇଟି ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ଏନଭିଜେ ରାଓ, ପୌର ପରିଷଦ ଉପାଧ୍ଯକ୍ଷ ଶିବ ପ୍ରସାଦ ଗୌଡ, ସମାଜସେବୀ ରମେଶଚନ୍ଦ୍ର ଲିମା ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
What's Your Reaction?






