ପ୍ରକାଶ ପାଇଲା ସିବିଏସ୍‍ଇ ପରୀକ୍ଷା ପରୀକ୍ଷାଫଳ, ସେଞ୍ଚୁରିଅନ ପବ୍ଲିକ ସ୍କୁଲର ସଫଳତା ।

May 16, 2024 - 12:08
May 16, 2024 - 12:12
 0  53
ପ୍ରକାଶ ପାଇଲା ସିବିଏସ୍‍ଇ ପରୀକ୍ଷା ପରୀକ୍ଷାଫଳ, ସେଞ୍ଚୁରିଅନ ପବ୍ଲିକ ସ୍କୁଲର ସଫଳତା ।

ରାୟଗଡା, (ଓଏନଟି) : ରାୟଗଡା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀ ଚଳିତ ସିବିଏସଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ଶତପ୍ରତିଶତ ମାର୍କ ରଖି ସଫଳତା ଅର୍ଜନ କରିଛନ୍ତି । ଆଜି ସିବିଏସ୍‍ଇ ଦ୍ୱାରା ପରିଚଳିତ ଦଶମ ଓ ଯୁକ୍ତ ୨ର ପରୀକ୍ଷାଫଳ ପ୍ରକାଶ ପାଇଛି । ତେବେ ସେଞ୍ଚୁରିଅନ ପବ୍ଲିକ ସ୍କୁଲରେ ଅଧ୍ୟନରତ ସମସ୍ତ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଥିବା ଜଣାପଡିଛି । ଉକ୍ତ ଶିକ୍ଷାନୁଷ୍ଠାନରେ ଅଧ୍ୟନରତ ଶ୍ରୀକାନ୍ତ ଦାସ ସର୍ବାଧିକ ୯୪.୬ ପ୍ରତିଶତ ମାର୍କ ଆଣି ଶିକ୍ଷାନୁଷ୍ଠାନର ଟପର ହୋଇଥିବା ଜଣାଯାଇଛି । ସେହିପରି ସମୀର କୁମାର ପ୍ରଧନୀ ୮୫.୮ ପ୍ରତିଶତ ମାର୍କ ରଖି ଦ୍ୱିତୀୟ ଓ ଦୂର୍ଗଵତି କୁମାରୀ ୮୨.୮ ପ୍ରତିଶତ ମାର୍କ ରଖି ତୃତୀୟ ସ୍ଥାନ ହାସଲ କରିଛନ୍ତି।

ଅନୁରୂପ  ଦ୍ୱାଦଶ ଶ୍ରେଣୀରେ ଅନୁଷୟା ବେହେରା ସର୍ବାଧିକ ୮୯.୪ ପ୍ରତିଶତ ମାର୍କ ଆଣି ଶିକ୍ଷାନୁଷ୍ଠାନର ଟପର ହୋଇଥିବା ଜଣାଯାଇଛି । ସେହିପରି ଅଦ୍ୟାଶା ପ୍ରିୟଦର୍ଶିନୀ ୮୮.୮ ପ୍ରତିଶତ ମାର୍କ ରଖି ଦ୍ୱିତୀୟ ଓ ତାଙ୍ଗୁଡୁ କୌଶଳ ୮୫ ପ୍ରତିଶତ ମାର୍କ ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଛାତ୍ରଛାତ୍ରୀଙ୍କ ଏଭଳି ସଫଳତା ପାଇଁ ଅଭିଭାବକ ମହଲରେ ଖୁସୀର ମହଲ ଦେଖିବାକୁ ମିଳିଛି । ପୂର୍ବବର୍ଷ ଭଳି ଚଳିତବର୍ଷ ମଧ୍ୟ ଛାତ୍ରଛାତ୍ରୀ ଉତ୍ତମ ପ୍ରଦର୍ଶନ କରି ସର୍ବାଧିକ ବିଦ୍ୟାର୍ଥୀ ପ୍ରଥମ ଶ୍ରେଣୀରେ ପାସ କରିଥିବାରୁ ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନର ପ୍ରତ୍ୟେକ ଶିକ୍ଷକ ଏବଂ ଶିକ୍ଷୟତ୍ରୀମାନଙ୍କୁ ଅଭିଭାକମାନେ ଶ୍ରେୟ ଦେଇଛନ୍ତି । ଶିକ୍ଷାନୁଷ୍ଠାନର ପରିଚାଳନା ମଣ୍ଡଳୀଙ୍କ ଅହରହ ଉଦ୍ୟମ ସହ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ସହଯୋଗ କ୍ରମେ ଶିକ୍ଷାନୁଷ୍ଠାନରେ ଅଧ୍ୟନରତ ଛାତ୍ରଛାତ୍ରୀମାନେ ଭଲମାର୍କ ରଖି ଉତିର୍ଣ୍ଣ ହୋଇଥିବା ସେଞ୍ଚୁରିଅନ ପବ୍ଲିକ ସ୍କୁଲ ନିର୍ଦ୍ଦେଶକ ଡ଼ଃ ରାଜେଶ କୁମାର ପାଢୀ ପ୍ରକାଶ କରିଛନ୍ତି । ଏଥସହିତ ଭଲଅଙ୍କ ରଖି ଉତିର୍ଣ୍ଣ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶ୍ରୀ ପାଢି ଅଭିନନ୍ଦନ ଜ୍ଞାପନ କରିବା ସହ ଆଗାମୀ ଭବିଷ୍ୟତରେ ଅନୁରୂପ କଠିନ ପରିଶ୍ରମ କରି ପେଶାଦାର ଓ ବ୍ୟକ୍ତଗତ ଜୀବନରେ ଭଲ ମଣିଷ ହେବାକୁ ପରାମର୍ଶ ଦେଇଛନ୍ତି । ସିବିଏସଇ ଦଶମ ଏବଂ ଦ୍ୱାଦଶ ପରୀକ୍ଷାରେ ସେଞ୍ଚୁରିଅନ ପବ୍ଲିକ ସ୍କୁଲର ଶତ ପ୍ରତିଶତ ସଫଳତା ପାଇଁ ସମୂର୍ଣ୍ଣ ଶ୍ରେୟ ଛାତ୍ରଛାତ୍ରୀ, ଅଭିଭାବକଙ୍କ ସମେତ ଶିକ୍ଷାନୁଷ୍ଠାନର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହଯୋଗ ରହିଛି । ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ରାଜେଶ ପାଢୀଙ୍କ ପରାମର୍ଶକ୍ରମେ ଛାତ୍ରଛାତ୍ରୀଙ୍କୁ ଉତ୍ତମ ପାଠ୍ୟଖସଡା ସହ ଦକ୍ଷ ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଦ୍ୱାରା ଶିକ୍ଷା ପ୍ରଦାନ ଫଳରେ ଏହି ସଫଳତା ଶିକ୍ଷାନୁଷ୍ଠାନ ହାସଲ କରିପାରିଛି । କୌଶଳ ଭିତ୍ତିକ ଶିକ୍ଷା ପାଇଁ ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନରେ ସବୁବେଳେ ପ୍ରଚେଷ୍ଟାରତ ରହିଛି । 

What's Your Reaction?

like

dislike

love

funny

angry

sad

wow