ସମ୍ବିଧାନରୁ ଧର୍ମନିରପେକ୍ଷ-ସମାଜବାଦ ଶବ୍ଦକୁ ହଟାଇବା ଆବେଦନକୁ କଲେ ପ୍ରତ୍ୟାଖ୍ୟାନ।

Nov 25, 2024 - 21:22
Nov 25, 2024 - 21:22
 0  5
ସମ୍ବିଧାନରୁ ଧର୍ମନିରପେକ୍ଷ-ସମାଜବାଦ ଶବ୍ଦକୁ ହଟାଇବା ଆବେଦନକୁ କଲେ ପ୍ରତ୍ୟାଖ୍ୟାନ।

ନୂଆଦିଲ୍ଳୀ (ଓଏନଟି) : ଭାରତର ସମ୍ବିଧାନରୁ ଧର୍ମନିରପେକ୍ଷ ତଥା ସମାଜବାଦ ଶବ୍ଦକୁ ହଟାଇବାକୁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖାନ କରିଛନ୍ତି। ଏହି ଦୁଇଟି ଶବ୍ଦ ସମ୍ବିଧାନର ଗଠନର ଏକ ମୌଳିକ ଅଂଶ ବୋଲି ଶୁଣାଣି ସମୟରେ କୋର୍ଟ କହିଛନ୍ତି। ମୁଖ୍ୟ ବିଚାରପତି ସଞ୍ଜୀବ ଖାନ୍ନା କହିଛନ୍ତି ଯେ ୧୯୭୬ ମସିହାରେ ସାମ୍ବିଧାନିକ ସଂଶୋଧନ ମାଧ୍ୟମରେ ସମାଜବାଦ ଏବଂ ଧର୍ମନିରପେକ୍ଷ ଭଳି ଶବ୍ଦ ଯୋଡା ଯାଇଥିଲା ଏବଂ ଏହା ୧୯୪୯ରେ ପ୍ରଣୟନ କରାଯାଇଥିବା ସମ୍ବିଧାନରେ କିଛି ଆଞ୍ଚ ଆଣୁନାହିଁ। ଏହି ଆବେଦନ ପୂର୍ବତନ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ, ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ଏବଂ ଅନ୍ୟମାନଙ୍କ ଦ୍ବାରା ଦାଖଲ କରାଯାଇଥିଲା। ୧୯୭୬ରେ ସମ୍ବିଧାନରେ ୪୨ ତମ ସଂଶୋଧନ କରାଯାଇଥିଲା। ଏନେଇ ସଂସଦରେ କୌଣସି ବିତର୍କ ହୋଇ ନଥିବା ଜୈନ କହିଥିଲେ। ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ବିତର୍କ ହୋଇସାରିଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହାପୂର୍ବରୁ ମଧ୍ୟ କୋର୍ଟ ଏହି ଶବ୍ଦଗୁଡ଼ିକୁ ସମ୍ବିଧାନର ମୌଳିକ ଗଠନର ଏକ ଅଂଶ ଭାବରେ ବିବେଚନା କରିଛନ୍ତି। ଭାରତ ଏକ ଧର୍ମନିରପେକ୍ଷ ଦେଶ ହେଉ ଏହା ଆପଣ ଚାହୁଁ ନାହାଁନ୍ତି କି ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଥିଲେ। ସୂଚନାଯୋଗ୍ୟ ୧୯୭୬ ମସିହାରେ ଇନ୍ଦିରା ଗାନ୍ଧୀ ସରକାର ୪୨ତମ ସାମ୍ବିଧାନିକ ସଂଶୋଧନ କରି ସମ୍ବିଧାନର ପ୍ରାରମ୍ଭରେ ‘ସମାଜବାଦୀ’, ‘ଧର୍ମନିରପେକ୍ଷ’ ଏବଂ ‘ଅଖଣ୍ଡତା’ ଶବ୍ଦଗୁଡ଼ିକୁ ଅନ୍ତର୍ଭୁକ୍ତ କରିଥିଲେ। ତେବେ ଆବେଦନ କାରୀ ପୂର୍ବତନ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ବାମୀ କହିଛନ୍ତି, ୧୯୪୯ରେ ଡକ୍ଟର ଆମ୍ବେଦକର ଉପରୋକ୍ତ ୨ଟି ଶବ୍ଦକୁ ସମ୍ବିଧାନ ସଭାରେ ସାମିଲ କରିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ। କିନ୍ତୁ ଇମର୍ଜେନ୍ସି ସମୟରେ ଇନ୍ଦିରା ଗାନ୍ଧି ଏହି ୨ଟି ଶବ୍ଦକୁ ସମ୍ବିଧାନର ପ୍ରସ୍ତାବନାରେ ସାମିଲ କରିଥିଲେ। ମୁଖ୍ୟ ବିଚାରପତି ସଞ୍ଜୀବ ଖାନ୍ନା କହିଛନ୍ତି ଭାରତୀୟ ପ୍ରସଙ୍ଗରେ ଆମେ ବୁଝିପାରୁଛୁ ଯେ ଭାରତରେ ସମାଜବାଦ ଅନ୍ୟ ଦେଶଠାରୁ ବହୁତ ଭିନ୍ନ। ମୁଖ୍ୟତ ସାମାଜିକ କଲ୍ୟାଣକାରୀ ରାଷ୍ଟ୍ରର ଅର୍ଥ ଆମେ ସମାଜବାଦକୁ ବୁଝୁ। ଏକ କଲ୍ୟାଣକାରୀ ଅବସ୍ଥାରେ ଏହା ଲୋକଙ୍କ କଲ୍ୟାଣ ପାଇଁ ଛିଡା ହେବା ଏବଂ ସୁଯୋଗର ସମାନତା ପ୍ରଦାନ କରିବା ଉଚିତ୍ । ସେ କହିଛନ୍ତି ଯେ ୧୯୯୪ ଏସଆର ବମ୍ମାଇ ମାମଲାରେ ସମ୍ବିଧାନର ମୌଳିକ ଗଠନର ଏକ ଅଂଶ ହେବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟ “ଧର୍ମନିରପେକ୍ଷତା” ରଖିଛନ୍ତି। ଆଇନଜୀବୀ ବିଷ୍ଣୁ ଶଙ୍କର ଜୈନ ଆହୁରି ଯୁକ୍ତି କରିଛନ୍ତି ଯେ ୧୯୭୬ ସମ୍ବିଧାନର ୪୨ତମ ସଂଶୋଧନ ଜରୁରୀକାଳୀନ ସମୟରେ ପାସ ହୋଇଥିବାରୁ ଲୋକଙ୍କ କଥା ନ ଶୁଣି ପାରିତ ହୋଇଛି। ଏହି ଶବ୍ଦଗୁଡିକ ଅନ୍ତର୍ଭୂକ୍ତ କରିବା ଅର୍ଥ ହେଉଛି ଲୋକଙ୍କୁ ନିର୍ଦ୍ଦିଷ୍ଟ ଆଦର୍ଶ ଅନୁସରଣ କରିବାକୁ ବାଧ୍ୟ କରିବା।

What's Your Reaction?

like

dislike

love

funny

angry

sad

wow