ସେଞ୍ଚୁରିଅନରେ ନୂତନ ଛାତ୍ରଛାତ୍ରୀଙ୍କ ସ୍ଵାଗତ ସମାରୋହ।

Jun 19, 2024 - 21:35
Jun 19, 2024 - 22:07
 0  52
ସେଞ୍ଚୁରିଅନରେ ନୂତନ ଛାତ୍ରଛାତ୍ରୀଙ୍କ ସ୍ଵାଗତ ସମାରୋହ।

ରାୟଗଡ଼ା (ଓଏନଟି): ରାୟଗଡ଼ା ସହର ଉପଖଣ୍ଡ ପିତାମହଲ ସ୍ଥିତ ସେଞ୍ଚୁରିଅନ ବିଶ୍ୱବିଦ୍ୟାଳୟ ପରିସରରେ ସେଞ୍ଚୁରିଅନ ପବ୍ଲିକ ସ୍କୁଲର  ନୂତନ ଛାତ୍ରଛାତ୍ରୀଙ୍କ ସ୍ଵାଗତ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସେଞ୍ଚୁରିଅନ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ଡ଼ଃ.ରାଜେଶ କୁମାର ପାଢୀ ଓ ସେଞ୍ଚୁରିଅନ ଅଧ୍ୟକ୍ଷ ରାଧାକୃଷ୍ଣ ମହାପାତ୍ର ମଞ୍ଚାଷିନ ଥିଲେ । ଏହି ସ୍ଵାଗତ ସମାରୋହରେ ଚଳିତ ବର୍ଷ ଏକାଦଶ ଶ୍ରେଣୀରେ ନୁତନ ଭାବେ ଯୋଡ଼ିହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍ଵାଗତ କରିଯାଇଥିଲା । ଏହି ଅବସରରେ ଉକ୍ତ ଅନୁଷ୍ଠାନ ର ନିର୍ଦ୍ଦେଶକ ଡ଼ଃ ରାଜେଶ କୁମାର ପାଢୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ଶିକ୍ଷାନୁଷ୍ଠାନର ସମସ୍ତ ନିୟମକୁ ସଠିକ୍ ଭାବେ ମାନିବା ପାଇଁ ଉପଦ୍ଦେଶ ଦେଇଥିଲେ । ପୂର୍ବବର୍ଷ ଉକ୍ତ ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଉତ୍ତମ ପ୍ରଦର୍ଶନ ଓ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ କଠିଣ ପରିଶ୍ରାମ ଯୋଗୁଁ ଚଳିତବର୍ଷ ଓଡ଼ିଶା ର କଣଅନୁକଣରୁ ଆସିଥିବା ପ୍ରୟା ୧୨୦ ଛାତ୍ରଛାତ୍ରୀ ନିଜ ଅଭିଭାବକମାନଙ୍କ ସହ ଆସି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିବା ପାଇଁ ନାମ ଲେଖାଇଛନ୍ତି।

ସେଞ୍ଚୁରିଅନ ପବ୍ଲିକ ସ୍କୁଲ ଦ୍ୱାରା ନିର୍ମିତ 'ସିପିଏସ କନେକ୍ଟ୍' ଆପ୍ ସହାୟତାରେ ଅଭିଭାବକମାନେ କିପରି ନିଜ ପିଲାମାନଙ୍କ ପାଠପଢ଼ା ସମ୍ପର୍କିତ ସମସ୍ତ ତଥ୍ୟ ପାଇପାରିବେ ସେନେଇ ଅଭିଭାବକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ସେଞ୍ଚୁରିଅନ ପବ୍ଲିକ ସ୍କୁଲର ମାର୍କେଟିଂ କର୍ମଚାରୀ ଓ ପ୍ରାଶାସନିକ ଅଧିକାରୀଙ୍କ ସହ ସମସ୍ତ କର୍ମଚାରୀମାନଙ୍କ କଠିଣ ପରିଶ୍ରମ ଯୋଗୁଁ ଏହି ସଫଳତା ହାସଲ କରିପାରିଥିବା ନିର୍ଦ୍ଧେଶକ ଡ଼ଃ ରାଜେଶ କୁମାର ପାଢୀ ପ୍ରକାଶ କରିଛନ୍ତି l

What's Your Reaction?

like

dislike

love

funny

angry

sad

wow