ଜମି ବନ୍ଦୋବସ୍ତ ଆଇନ-୧୯୮୩ର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

Aug 12, 2023 - 11:35
 0  30
ଜମି ବନ୍ଦୋବସ୍ତ ଆଇନ-୧୯୮୩ର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ବର (ଓ.ଏନ.ଟି) : ଜମି ବନ୍ଦୋବସ୍ତ ଆଇନ-୧୯୮୩କୁ ଅଧିକ ସରଳ କରିବା ପାଇଁ ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟରେ ରାଜ୍ୟ ସରକାରଙ୍କ ମଞ୍ଜୁରୀ ମିଳିଛି। ଏଥିରେ ଖାସମାହାଲ, ନଜୁଲ, ଗ୍ରାମକଣ୍ଠ କରମବୋକ ଓ ଆବାଦୀ କିସମର ଜମିକୁ ଆଇନ ସମ୍ମତ ଭାବେ ଦଖଲ କରିଥିବା ବ୍ୟକ୍ତି ବିଶେଷଙ୍କ ନାଁରେ ଚିରସ୍ଥାୟୀ କରିବା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ଶୁକ୍ରବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଏହି ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ହୋଇଛି। ଏଥିସହ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ଏବଂ ବିଭିନ୍ନ ଉନ୍ନୟନ କର୍ତ୍ତୃପକ୍ଷଙ୍କୁ ବାସଗୃହ ନିର୍ମାଣ ଲାଗି ଲିଜରେ ଦିଆଯାଉଥିବା ଜମିକୁ ସ୍ଥିତିବାନ ସତ୍ଵରେ ପରିବର୍ତ୍ତନ କରିବା ସହ ସିଧାସଳଖ ସରକାରୀ ଜମି ଯୋଗାଇ ଦେବା ପାଇଁ ଆଇନରେ ନୂଆ ବ୍ୟବସ୍ଥା ଆଣିବାକୁ କ୍ୟାବିନେଟରେ ଅନୁମୋଦନ ମିଳିଛି।

What's Your Reaction?

like

dislike

love

funny

angry

sad

wow