ଅଯୋଧ୍ୟା ରାମ ମନ୍ଦିର ଟ୍ରଷ୍ଟ ଦୁର୍ନୀତି ଅଭିଯୋଗ, ରାୟଗଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ
ରାୟଗଡ଼ା (ଓ ଏନ୍ ଟି) : ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଏବଂ ଏଥିରେ ହୋଇଥିବା କଥିତ ଅର୍ଥ ହେରଫେର୍ ପ୍ରସଙ୍ଗକୁ ନେଇ ରାଜନୈତିକ ତାତି ବୃଦ୍ଧି ପାଇଛି। ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର କର୍ମକର୍ତ୍ତାଙ୍କ ଦ୍ବାରା ୧୪ ଶହ କୋଟି ଟଙ୍କା ଆତ୍ମସାତ୍ ହୋଇଥିବା ଅଭିଯୋଗ ଆଣିଛି କଂଗ୍ରେସ। ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର କର୍ମକର୍ତ୍ତାଙ୍କ ଦ୍ବାରା ୧୪ ଶହ କୋଟି ଟଙ୍କା ଆତ୍ମସାତ୍ ହୋଇଥିବା ଖବର ଦେଶବାସୀଙ୍କୁ ଆନ୍ଦୋଳିତ କରିଛି। ନିଜେ ଟ୍ରଷ୍ଟ ଗଠନ କରିବା ସହ ମନ୍ଦିର ପ୍ରାଣପ୍ରତିଷ୍ଠା କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅଘଟଣକୁ ମାସେ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମୁହଁ ଖୋଲିନାହାନ୍ତି। ଏହି ଘଟଣାର ସତ୍ୟତା ଜନସାଧାରଣଙ୍କ ସାମ୍ନାରେ ରଖିବା ପାଇଁ ଦାବି ହୋଇଛି। ଭୁବନେଶ୍ବର କଂଗ୍ରେସ ଭବନରେ ପଶ୍ଚିମବଙ୍ଗ କଂଗ୍ରେସ କମିଟିର ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷଙ୍କ ଉପସ୍ଥିତିରେ ଓଡ଼ିଶା ପିସିସି ସଭାପତି ଭକ୍ତ ଚରଣ ଦାସ ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ମହାଦୁର୍ନୀତି ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ। ଏହି କ୍ରମରେ ଓଡ଼ିଶାର ପ୍ରତିଟି ସାଂଗଠନିକ ଜିଲ୍ଲା କଂଗ୍ରେସ କମିଟି ଆନୁକୂଲ୍ୟରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ଏଆଇସିସି ଦ୍ବାରା ପ୍ରେରିତ ବିବରଣୀ ଉପସ୍ଥାପନ କରିବାକୁ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପେକ୍ଷୀରେ ରାୟଗଡ଼ା ଜିଲ୍ଲା କଂଗ୍ରେସ କମିଟିର ସଭାପତି କାଡ୍ରାକା ଆପ୍ପଳା ସ୍ବାମୀ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ଯମରେ ଏହି ସୂଚନା ଦେଇଛନ୍ତି।
What's Your Reaction?