ବେରୁଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

Jan 30, 2026 - 17:28
Jan 31, 2026 - 09:12
 0  4
ବେରୁଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ବେରୁଗୁଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

କୁନି ପିଲାଙ୍କ ସହ ନାଚିଲେ ପ୍ରଧାନ ଶିକ୍ଷକ

ମୁନିଗୁଡ଼ା: (ଓ ଏନ୍ ଟି): ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଲକ ବେରୁଗୁଡା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ମୁନିଗୁଡା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁବାସ ସିଂଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ମୁନିଗୁଡ଼ା ବ୍ଲକ ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାସ୍କର ରାଓ ଯୋଗଦେଇଥିଲେ। ମୁଖ୍ୟ ବକ୍ତା ଭାବରେ ବରିଷ୍ଠ ଶିକ୍ଷକ ଅକ୍ଷୟ କୁମାର ରଥ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ରଜନୀ କାନ୍ତ ପୋଡାଲ,ଅମ୍ଲାଭଟା ସିଆରସିଶି ସନ୍ତୋଷ କୁମାର ପାଠି, ଡାଙ୍ଗବାଡ଼ି ସିଆରସିସି ମୋନାଲିସା ପଣ୍ଡା, ସରଧାପୁର ସିଆରସିସି ନାରାୟଣ ସାହୁ, ରଘୁବାରି ସିଆରସିସି ସୁଶାନ୍ତ ପରିଡ଼ା, ଇଚ୍ଛାପୁର ସିଆରସିଶି ଭାଗିରଥି ଧଳ ପ୍ରମୁଖ ମଞ୍ଚାଶିନ ରହିଥିଲେ।ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜଳନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବେରୁଗୁଡ଼ା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହେମନ୍ତ କୁମାର ମିଶ୍ର ମଞ୍ଚ ପରିଚାଳନା , ଅତିଥି ପରିଚୟ ପ୍ରଦାନ,ସ୍ଵାଗତ ଭାଷଣ ପ୍ରଦାନ ସହ ବାର୍ଷିକ ବିବରଣୀ ପାଠ କରିଥିଲେ।ମଞ୍ଚାସୀନ ଅତିଥି ମାନେ ନିଜ ଅଭିଭାଷଣରେ ପ୍ରଧାନ ଶିକ୍ଷକଙ୍କ ଆୟୋଜନରେ ହୋଇଥିବା ବ୍ୟବସ୍ଥାର ଭୂୟସୀ ପ୍ରଶଂସା କରିଥିଲେ । ମୁଖ୍ୟ ବକ୍ତା ଶ୍ରୀ ରଥ ପ୍ରଚଳିତ ଶିକ୍ଷା ସହ ପ୍ରାଚୀନ ଭାରତୀୟ ସଂସ୍କୃତି ର ମୂଲ୍ୟବୋଧକୁ ପ୍ରତ୍ୟେକ ଛାତ୍ରଛାତ୍ରୀ ଜାଣିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । 

ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ଵ ଲାଭ କରିଥିବା ଛାତ୍ର ଛାତ୍ରୀମାନଙ୍କୁ ଉତ୍ସ୍ରାହିତ କରିବା ଉଦ୍ଧେଶ୍ୟରେ ମାନପତ୍ର ସହ ଟ୍ରଫି ଦେଇ ସମ୍ମାନୀତ କରାଯାଇଥିଲା । ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ୟ,ଗୀତ ପରିବେଷଣ କରିବା ସହ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ଡ୍ରାମା ମାଧ୍ୟମରେ ସଚେତନ ବାର୍ତ୍ତା ଦେଇଥିଲେ । 

କାର୍ଯ୍ୟକ୍ରମରେ ଉକ୍ତ ବିଦ୍ୟାଳୟର ସହକାରୀ ଶିକ୍ଷକ ସୂର୍ଯ୍ୟ କାନ୍ତ ପଣ୍ଡା ଓ ରାଜେଶ କୁମାର ମାଝୀ,ପ୍ରମୁଖଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସତ୍ୟାନନ୍ଦ ନାୟକଙ୍କ ସହ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

What's Your Reaction?

like

dislike

love

funny

angry

sad

wow