ରାଜ୍ୟ ଶିକ୍ଷା ବ୍ୟବସ୍ଥାରେ ଅପଭ୍ରଂଶ, ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଗର୍ଜିଲା ଯୁବ ବିଜେଡ଼ି
Click here to watch the full video
ରାୟଗଡ଼ା (ଓ ଏନ୍ ଟି) : ବ୍ୟବସ୍ଥାର ଅପଭ୍ରଂଶ ପାଇଁ ବିଜେପି ସରକାରଙ୍କୁ ଦାୟୀ କରି ଆଜି ରାସ୍ତାକୁ ଓହ୍ଲାଇଛି ବିଜୁ ଯୁବ-ଛାତ୍ର ଜନତା ଦଳ। ଆଜି ରାୟଗଡ଼ ଜିଲ୍ଲା ସଦର ମହକୁମାରେ ଦଳ ପକ୍ଷରୁ ଏକ ବିଶାଳ ପ୍ରତିବାଦ ସଭା ଆୟୋଜିତ ହୋଇଛି। ଶିକ୍ଷା ବ୍ୟବସ୍ଥାରେ ହେଉଥିବା ଅବ୍ୟବସ୍ଥା ବିରୋଧରେ କର୍ମୀମାନେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
ଏହି ପରିପ୍ରେକ୍ଷୀରେ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଛି। ଦଳ ପକ୍ଷରୁ ସ୍ପଷ୍ଟ ଭାବେ ଚେତାବନୀ ଦିଆଯାଇଛି ଯେ, ଶିକ୍ଷା ବିଭାଗର ବିଫଳତା ପାଇଁ ମନ୍ତ୍ରୀ ନୈତିକ ଆଧାରରେ ତୁରନ୍ତ ନିଜ ପଦରୁ ଇସ୍ତଫା ଦିଅନ୍ତୁ। କେବଳ ଇସ୍ତଫା ନୁହେଁ, ବରଂ ନିଜର ଦୋଷ ସ୍ୱୀକାର କରି ରାଜ୍ୟବାସୀଙ୍କ ନିକଟରେ କ୍ଷମା ମାଗିବା ପାଇଁ ଦାବି କରିଛି ଯୁବ ବିଜେଡି।
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭକାରୀମାନେ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କୁଶ ପୁତ୍ତଳିକା ଦାହ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଯଦି ଦାବି ପୂରଣ ନହୁଏ, ତେବେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଛି ଦଳ।
What's Your Reaction?